ପ୍ରଭୂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରକମ୍ପିତ ହେଲା ସମଗ୍ର ଅଞ୍ଚଳ
ହାଟଡିହି, (ବିକାଶ ବିଶ୍ୱାଳ ) : ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ଆଜି ସାରା ଦେଶ ଉତ୍ସବ ମୁଖର ହୋଇ ଉଠିଥିବାବେଳେ ହାଟଡିହି ଅଞ୍ଚଳର ପ୍ରକମ୍ପିତ ହୋଇ ପଡିଛି । ଗାଁ ଠାରୁ ସହର ସବୁଆଡେ ଜୟ ଶ୍ରୀରାମ ଧ୍ୱନୀରେ ପ୍ରକମ୍ପିତ ହୋଇଛି । ଆଜି ସକାଳେ ହାଟଡିହି ବଜରଙ୍ଗଦଳ ପକ୍ଷରୁ ହାଟଡିହି ହନୁମାନ ମନ୍ଦତିର ନିକଟରୁ ୨୧୬ଟି କଳଶ ଶୋଭାଯାତ୍ରାରେ ଅଣାଯାଇ ହାଟଡିହି, ଜଳକଳଙ୍ଗ, ଅଣା, ଛେନାପଦିଛକ ପରିକ୍ରମା କରିବାପରେ ଛେନାପଦି ମା ବିଶ୍ୱତାରିଣୀ ମନ୍ଦିରରେ ସ୍ଥାପନ କରାଯାଇ ବାଇଧର ପାଢ଼ୀ ଓ ମୋହନ ଚରଣ ପାଢ଼ୀଙ୍କ ଦ୍ୱାରା ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା । ଏଥିଲାଗି ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯିବା ସହିତ ସମଗ୍ର ଅଞ୍ଚଳକୁ ପ୍ରଭୂ ଶ୍ରୀରାମଙ୍କ ପତାକାରେ ସୁସଜ୍ଜିତ କରାଯାଇଥିଲା । ଶୋଭାଯାତ୍ରା ବେଳେ ଟ୍ରାଫିକ ବ୍ୟବସ୍ଥା ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନନ୍ଦିପଦା ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ବିଜେପି କୃଷକମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ବରିଷ୍ଠ ବିଜେପିନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତ ସିଂହାର, ଜିଲ୍ଲାପରିଷଦ ଅସୀମା ମିଶ୍ର, ମିନତୀ ମହାପାତ୍ର, ତୃପ୍ତୀମୟୀ ଜେନା, ହରମୋହନ ଶାସିନି, ସୁଶାନ୍ତ କୁମାର ଜେନା, ନିରଞ୍ଜନ ବିଶ୍ୱାଳଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଉପସ୍ଥିତ ଥିଲେ । ବଜରଙ୍ଗଦଳର ବିଶ୍ୱନାଥ ସାହୁ, ଚନ୍ଦ୍ରଧ୍ୱଜ ସାହୁ, ବସନ୍ତ ନାୟକ, ଜଗନ୍ନାଥ ପୃଷ୍ଟି, ଆଶୋକ କୁମାର ଜେନା, କଳ୍ପତରୁ ପୃଷ୍ଟି, ଜଗୁ ମଣ୍ଡଳ, ସଂଗ୍ରାମ ବେହେରା, ଅଜୟ ସାହୁ, ତପନ ମହାଳିକ, ସୁରେଶ ମହାନ୍ତି, ସୁଶାନ୍ତ ବୈଠା, ଭାବଗ୍ରାହୀ, ସାହୁ, ଶୁଭମ ବୈଠା, ରାଜା ମଣ୍ଡଳ, ତପୁନୁ ମଣ୍ଡଳଙ୍କ ସମେତ ଶତାଧିକ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସେହିପରି ସୋସୋ, ସଢ଼ା, ବିଦ୍ୟାଧରପୁର, ଶାଳଣିଆଁ, ସମଣା ଆଦି ଅଞ୍ଚଳରେ ଜୟଶ୍ରୀରାମ ଧ୍ୱନୀ ଦେଇ ବାଇକ ରାଲି କରାଯିବା ସହିତ ବିଭିନ୍ନ ସ୍ଥାନରେ ହୋମଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା । ସେହିପରି ପ୍ରତି ଘରେ ଘରେ କଳଶ ସ୍ଥାପନ କରାଯିବା ସହିତ ସନ୍ଧ୍ୟାରେ ଦ୍ୱୀପଜାଳି ଶଙ୍ଖ ହୁଳହୁଳି ଦେବା ସହିତ ଜୟ ଶ୍ରୀରାମ ଧ୍ୱନୀ ଦେଇଥିଲେ ।


