ମହିଳା ଡିଗ୍ରୀ ମହାବିଦ୍ୟାଳୟର ନୂଆ -ଓ ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କାର ବଣ୍ଟନ କଲେ ବିଧାୟକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପରିପ୍ରେକ୍ଷୀରେ ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ -ଓ ଯୋଜନା ଅଧୀନରେ ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି l ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭଵନ ପରିସରରେ ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ ସୁମିତା ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା ଲୋକ ଲୋଚନ କୁ ଆସିପାରିଛି ବୋଲି କହିବା ସହିତ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ l ସମ୍ମାନିତ ଅତିଥି ଭାବେ ଗଞ୍ଜାମ ମହାବିଦ୍ୟାଳୟ ର ଓଡ଼ିଆ ପ୍ରବକ୍ତା ଡ଼ଃ. ଲକ୍ଷ୍ମୀ ନାରାୟଣ ପଣ୍ଡା, ଛତ୍ରପୁର ସରକାରୀ ମହିଳା ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡ଼ଃ ଇମଥିଆନ ସାହା,ଛତ୍ରପୁର ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟାପିକା କବିତା କୁମାରୀ ସାହୁ ଓ ଡ଼ଃ ଯାଜ୍ଞସେନୀ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା କବିତା ଲିଖନ ଖୁଦ୍ରଗଳ୍ପ ରଚନା, ପ୍ରବନ୍ଧ, ବକୃତା, କୁଇଜ, ଖାଦ୍ୟ ପ୍ରସ୍ତୁତି, ଗୀତ, ଓଡ଼ିଆ ହସ୍ତାକ୍ଷର, ଓଡ଼ିଆ ଲୋକ ନୃତ୍ୟ ଭଳି ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ଅଧ୍ୟାପିକା ଡ଼ଃ, ସୁଜାତା ବେହେରା, ଦୀପ୍ତି ନନ୍ଦ, ଅଞ୍ଜଳି ସେଠିଙ୍କ ସମେତ ବହୁ ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ମାନେ ପରିଚାଳନା ରେ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ