ନିର୍ଦ୍ଧାରିତ ସ୍ଥାନ ରେ ରାସ୍ତା ନିର୍ମାଣ ହେଉନଥିବାରୁ ଗ୍ରାମବାସୀ ଙ୍କ ବିରୋଧ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ର ମୁଖ୍ୟ ରାସ୍ତା ଠାରୁ ସାନହୁଲି ଭାୟା ଛବାଟି, ବନ୍ଦେଶ୍ୱର , ଚହଟା ତ୍ରିପାଠୀ ସାହି  ରାସ୍ତା ନିର୍ମାଣ ଆରମ୍ଭ ହୋଇଛି। ତେବେ ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ଆର.ଡି ବିଭାଗ ପକ୍ଷରୁ ଯେଉଁ ସ୍ଥାନ ଦେଇ ରାସ୍ତା ନିର୍ମାଣ କରିବାକୁ ସ୍ଥିର କରିଥିଲା ସେହି ସ୍ଥାନ କୁ ବାଦ ଦେଇ ଅନ୍ୟ ସ୍ଥାନ ରେ ରାସ୍ତା ନିର୍ମାଣ କରୁଥିବାରୁ ଚହଟା ତ୍ରିପାଠୀ ସାହି ଗ୍ରାମବାସୀ ମାନେ ରାସ୍ତା କାର୍ଯ୍ୟ କୁ ବିରୋଧ କରିବା ସହିତ ଠିକାଦାର ଙ୍କ ଚଞ୍ଚକତା ସମ୍ପର୍କ ରେ ଗ୍ରାମବାସୀ ଙ୍କ ପକ୍ଷରୁ ପ୍ରକାଶ କୁମାର ତ୍ରିପାଠୀ ପୁରୀ ଜିଲ୍ଲାପାଳ,ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଓ ନିମାପଡା ବିଡ଼ିଓ ପ୍ରମୁଖ ଙ୍କ ନିକଟରେ ଅଭିଯୋଗ କରି ଘଟଣା ସଂପର୍କ ରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି। ଯଦି ଗ୍ରାମ ବାସୀ ମାନଙ୍କ ଅଭିଯୋଗ କୁ ଅଣଦେଖା କରାଯାଏ ତେବେ ସମୂହ ଗ୍ରାମବାସୀ ରାସ୍ତା କାର୍ଯ୍ୟ କୁ ବିରୋଧ କରିବା ସହିତ ରାସ୍ତାରୋକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ