ନୟାହାଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଶୋକ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅତିଥି ଭାବେ ମୋ ସ୍କୁଲ ର ଅଧ୍ୟକ୍ଷ ପ୍ରସନ୍ନ କୁମାର ପାତ୍ର, ଜଙ୍ଗଲବୋରି ପଞ୍ଚାୟତ ର ସରପଞ୍ଚ ପ୍ରଭାତୀ ସାହୁ,ପୂର୍ବତନ ସରପଞ୍ଚ ପ୍ରଣୟ କୁମାର ସାହୁ, ଏସ ଏମ ଏସ ର ସଭାପତି ପ୍ରମୋଦ କୁମାର ମହାନ୍ତି, ସିପ୍ରା ପଟ୍ଟନାୟକ, ରାଜଲକ୍ଷ୍ମୀ ଦାଶ, ସସ୍ମିତା ରଥ, ହର୍ଷମଣୀ ନାୟକ,ମଞ୍ଜୁଲତା ସ୍ଵାଇଁ, ମନୋରଞ୍ଜନ ନାୟକ, ହରିହର ଦାସ, ମନୋରମା ପାତ୍ର ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷିତ ହେବା ସହିତ ଜଣେ ଜଣେ ସୁନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ତତ୍ବାବଧାନରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନବମ ଶ୍ରେଣୀ ର ଛାତ୍ରୀ ଚିନ୍ମୟୀ ମିଶ୍ର ଙ୍କ ସହିତ ବିଭିନ୍ନ ପ୍ରତିଯୋଗିତା ରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ