ବୁଗୁଡା ଏନଏସି ଇଓ ଭାବେ ନିଯୁକ୍ତି ପାଇଲେ ଅତିରିକ୍ତ ତହସିଲଦାର

ବୁଗୁଡା, (ଅନିଲ କୁମାର ମହାରଣା): ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବୁଗୁଡା ଅତିରିକ୍ତ ତହସିଲଦାର ସୁନନ୍ଦ ଶେଖର ସାହାଣୀ ଦାୟିତ୍ବ ଗ୍ରହଣ କରିଛନ୍ତି। ବୁଗୁଡା ଏନଏସିର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ଦାଶ ଙ୍କ ବଦଳି ପରେ ବୁଗୁଡା ଏ.ଟି.ଓ. ଶ୍ରୀ ସାହାଣୀ ବୁଗୁଡା ଏନଏସି ର ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ। ବର୍ତ୍ତମାନ ଶ୍ରୀ ସାହାଣୀ ବୁଗୁଡା ଅତିରିକ୍ତ ତହସିଲଦାର ପଦବୀରୁ ବଦଳି ହୋଇ ବୁଗୁଡା ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଶ୍ରୀ ସାହାଣୀ ପ୍ରକାଶ କରିଛନ୍ତି ଯେ, ବୁଗୁଡା ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବା ସହ ଫାଇଭ ଟି କାର୍ଯ୍ୟକ୍ରମ ଗୁଡିକ ତ୍ୱରାନ୍ୱିତ କରିବି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ