ନୂଆଗାଁ ଓ ନାଉଗାଁ ପଂଚାୟତରେ ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନୂଆଗାଁ ଓ ନାଉଗାଁ ପଂଚାୟତରେ ଶନିବାର ‘ଆମ ଓଡିଶା ନବିନ ଓଡିଶା’ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଗାଁ ପଂଚାୟତରେ ବିଡିଓ ତପନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଗ୍ରାମାଂଚଳର ଜନସାଧାରଣଙ୍କ ପାଇଁ ସରକାରଙ୍କ ଦ୍ୱାରା କରାଯାଉଥିବା ଜନହିତକର କାର୍ଯ୍ୟ ତଥା ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସରପଂଚ ଦୋଳଗୋବିନ୍ଦ ରାଉଳ,ସମିତି ସଭ୍ୟା ସୁଶ୍ରୀ ଶାବଣୀ ରାୟ, ସାମାଜିକ କର୍ମୀ ଦିଲ୍ଲିପ ଲେଙ୍କା ପ୍ରମୁଖ ଯୋଗ ଦେଇ ସରକାରଙ୍କ ଜନହିତକାରୀ ଯୋଜନା ଉପରେ ଆଲୋକପାତ କରିଥିଲେ । ପରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ପଂଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପୁସ୍ତିକାକୁ ଲୋକାର୍ପଣ କରାଯାଇ ଜନସାଧାରଣଙ୍କୁ ବିତରଣ କରାଯାଇଥିଲା । କୁନିକୁନି କଳାକାରଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ପିଇଓ ନରେନ୍ଦ୍ର ମୂର୍ମୁ, ଜିଆରଏସ ରାକେଶ ରାୟ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ ସମାଜସେବୀ ଆଶୁତୋଷ ସାହୁ, ସୁଶାନ୍ତ ଜେନା, ମିଶନଶକ୍ତିର ଏମବିକେ, ସିଆରପି ଓ ଏସଏଚଜି ମହିଳାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ନାଉଗାଁ ପଂଚାୟତରେ ଅନୁରୂପ ଭାବେ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସରପଂଚ ପ୍ରାଚୀ ସାଗରୀକା ଜେନା, ସମିତି ସଭ୍ୟା ମାନସୀ ଲେଙ୍କା ଆଦି ଯୋଗ ଦେଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । ଏହି ପଂଚାୟତରେ ବିଏସଏସଓ ଜ୍ୟୋତିର୍ମୟୀ ଧିର କାର୍ଯ୍ୟକ୍ରମ ନୋଡାଲ ଅଧିକାରୀ ଦାୟିତ୍ୱରେ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ