ନବୀନ ନିବାସ ରେ ୫ଟି ଅଧ୍ୟକ୍ଷ ଙ୍କୁ କୃତଜ୍ଞତା ଜଣାଇଲେ ଛତ୍ରପୁର ବାସୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘଦିନ ପରେ ଛତ୍ରପୁର ବାସୀଙ୍କ ଦାବୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଣିଥିଲେ , ଯାହା ଛତ୍ରପୁର ବାସୀଙ୍କ ନିମନ୍ତେ ଉପହାର ଭେଟି ସଦୃଶ୍ୟ ମିଳିଛି, ଫେବୃଆରୀ ୨୪ତାରିଖ ଦିନ ୧୯୫୫ ମସିହାରେ ଗଠନ ହୋଇଥିବା କଳା, ସାହିତ୍ୟ ଓ ସଂସ୍କୃତି ଆଦି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି କୁ ରାଜ୍ୟ ସରକାର ମୁନିସିପାଲିଟି ର ମାନ୍ୟତା ପ୍ରଦାନ କରିଛନ୍ତି । ଯାହାଫଳ ରେ ଛତ୍ରପୁର ସହରରେ ଖୁସିର ବାତାବରଣ ଖେଳିଯିବା ସହିତ ବାଣ ଫୁଟାଇ ଓ ମିଷ୍ଠାନ ବାଣ୍ଟି ଛତ୍ରପୁର ବାସୀ ଖୁସି ଜାହିର କରିଥିଲେ । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ଏବଂ ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ ତତ୍ତ୍ୱବଧାନ ରେ ବହୁ ସଂଖ୍ୟକ ସହରବାସୀ, ଜନପ୍ରତିନିଧି, ଆଇନଜୀବୀ, ବୁଦ୍ଧିଜୀବୀ ଏବଂ ମିଶନ ଶକ୍ତି ର ମାଆ ମାନେ ନବୀନ ନିବାସ ରେ ପହଂଚି ସେଠାରେ ୫ ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ଧନ୍ୟବାଦ ଜଣାଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ସବୁବେଳେ ଛତ୍ରପୁର ପ୍ରତି ଏପରି ଆର୍ଶୀବାଦ ଥାଉ ବୋଲି କହିଥିଲେ, ଏହି ଅବସର ରେ ଛତ୍ରପୁର ଏନଏସି ର କାଉନସିଲର ଦେବାଶିଷ ମିଶ୍ର, ପ୍ରୀତି ଛନ୍ଦା ସାମଲ, ସନ୍ତୋଷୀ ସେଠି, ମମତା ପାତ୍ର, ବି. ନିଶ୍ଚଳା ଓ ସୁମନ୍ତ ନାହାକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ର ସଭାପତି ସନମୂଖ ପଟ୍ଟନାୟକ,ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାଁହୁ ଚରଣ ବେହେରା, ସରକାରୀ ଓକିଲ ସିମାଞ୍ଚଳ ମହାପାତ୍ର, ବିଜୟ କୃଷ୍ଣ ପଟ୍ଟନାୟକ, ସୁରେଶ ପଣ୍ଡା ଓ ଭୈରବୀ କୁମାର ପଟ୍ଟନାୟକ, ଛତ୍ରପୁର ପର୍ଯ୍ୟବେକ୍ଷକ ନାରାୟଣ ଜେନା ଙ୍କ ସମେତ ବହୁ ବୃଦ୍ଧିଜୀବି,ବିଜୁ ଆଇନ ସାମ୍ମୁଖ୍ୟ ବହୁ ସଭ୍ୟ, ମିଶନ ଶକ୍ତି ର ମା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ ସୂଚନା ଯୋଗ୍ୟ ଯେ : ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସେତେବେଳେ ସଚିବ ଥିବା ସମୟ ରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର କୁ ଅଗଷ୍ଟ ୨୭ ଗସ୍ତ ଆସିଥିଲେ, ସ୍ଥାନୀୟବାସିନ୍ଦା ପକ୍ଷରୁ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ ଙ୍କ ସମେତ କାଉନସିଲର ମାନେ ଏନଏସି କୁ ମୁନିସିପାଲିଟି ଘୋଷଣା କରିବା ନିମନ୍ତେ ତାଙ୍କୁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ, ପ୍ରସ୍ତାବ ଏବଂ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ