ମହାପୁରୁଷ ବୀରସିଂହ ଙ୍କ ସମାଧିପୀଠ ରେ ବାର୍ଷିକୋତ୍ସବ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ଗଡ଼ନିପାଣିଆଁ ଗ୍ରାମରେ ଅବସ୍ଥିତ ସିଦ୍ଧ ମହାପୁରୁଷ ବୀରସିଂହ ଙ୍କ ସମାଧିପୀଠ ଲତାମଠ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମଠ ର ମଠାଧିଶ ବାବାଜୀ ପୂର୍ଣ୍ଣଚନ୍ଦ୍ର ଦାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଉକ୍ତ ଉତ୍ସବ ରେ ଅବକାଶ ପଠନ,ସମୂହ ପ୍ରାର୍ଥନା,କଳସ ସ୍ଥାପନ ଓ ଧ୍ଵଜା ଉତ୍ତୋଳନ କରାଯାଇ ଥିଲା। ନୂଆମଠ ରୁ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ଙ୍କ ଶ୍ରୀ ବିଗ୍ରହ ଓ ପାଦୁକା କୁ ଭକ୍ତ ମାନେ ସଙ୍କୀର୍ତ୍ତନ, ନାମକୀର୍ତ୍ତନ, ହରିବୋଲ ହୁଳହୁଳି ଦେଇ ଏକ ବିରାଟ ଶୋଭାଯାତ୍ରା ରେ ଲତାମଠ କୁ ଆଣି ଥିଲେ। ବାବାଜୀ ଅକ୍ଷୟ କୁମାର ଦାସ ଶ୍ରୀ ମଧୁସୂଦନ ଙ୍କ ବିଗ୍ରହ ଓ ପାଦୁକା କୁ ଷୋଡ଼ଶ ଉପଚାର ରେ ପୂଜା କରିବା ପରେ ଏକ ଆଧ୍ୟାତ୍ମିକ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭା ରେ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର ର ମୁଖ୍ୟ ବାବା ଦାମୋଦର ଦାସ, ବାବାଜୀ ଦିବ୍ୟକୃଷ୍ଣ ଦାସ, ବାବାଜୀ ଦିବାକର ଦାସ,ଡ଼. ରତ୍ନାକର ମହାନ୍ତି,ରମେଶ ଜେନା ପ୍ରମୁଖ ଯୋଗଦାନ କରି ପ୍ରାଚୀ ନଦୀ ତଟ ର ପଞ୍ଚସଖା ଭାବେ ପରିଚିତ ସିଦ୍ଧ ମହାପୁରୁଷ ବୀରସିଂହ, ଗୋରେଖନାଥ, ବାଉଳି,ମଲ୍ଲିକାନାଥ ଓ ଲୁଇ ଙ୍କ ସମ୍ପର୍କ ରେ ସ ବିଶେଷ ଆଲୋଚନା କରିଥିଲେ।ଏହି ଧାର୍ମିକ ସଭା କୁ ସେବକ ପ୍ରୀତି ରଞ୍ଜନ ଦାସ, ରାଜ କିଶୋର ସାହୁ, କୃଷ୍ଣ ଚନ୍ଦ୍ର ଓଝା ପରିଚାଳନା କରିଥିବାବେଳେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ। ଶେଷରେ ସମସ୍ତେ ମଠ ପରିସର ରେ ପ୍ରସାଦ ସେବନ କରିଥିଲେ। ଲତାମଠ ର ବାର୍ଷିକୋତ୍ସବ ପାଇଁ ଗଡ଼ନିପାଣିଆଁ ଗ୍ରାମ ଉତ୍ସବମୁଖର ହୋଇପଡ଼ିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ