ମାଣିତରା ମେଡ଼ିକାଲରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସରକାରୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଓ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମାର୍ଚ୍ଚ ୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହିଂଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚିତ୍ରସେନ ଗୌଡ଼, ସାଗର ମହାନ୍ତି, ମେସ୍ଲୋନି ଓ ରଘୁନାଥ ଏହି ଶିବିରରେ ଯୋଗଦେଇ ୩୩ ଜଣ ରୋଗୀଙ୍କ ଚକ୍ଷୁ ପରଦା ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅସ୍ତ୍ରୋପଚାର କରିବା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ବସ ଯୋଗେ ସମରଝୋଳ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ କରୁଣା ଟ୍ରଷ୍ଟ ପରିଚାଳିତ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଡାକ୍ତର ଦୟାନିଧି ରାଉତ, ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ଫାର୍ମାସିଷ୍ଟ ସରୋଜ କୁମାର ପଟ୍ଟନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ କୃଷ୍ଣ ପ୍ରିୟା ପଣ୍ଡା ଓ ଗଙ୍ଗା ସାହାଣୀ ସହଯୋଗ କରିଥିଲେ। ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଗତ ଜାନୁୟାରୀ ମାସରେ ମଧ୍ୟ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ୧୧ ଜଣଙ୍କ ପରଳ ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେମାନେ ବର୍ତ୍ତମାନ ଉତ୍ତମ ଭାବେ ଦେଖିପାରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ