ଗୁରୁ ଭକ୍ତ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନୟାହାଟ ସ୍ଥିତ ପ୍ରାଚୀ ଗୁରୁ ଧର୍ମକ୍ଷେତ୍ର (ନୂଆ ମଠ) ଠାରେ ଆସନ୍ତା ଅକ୍ଷୟ ତୃତୀୟା ଦିନ ୫୮ ତମ ଗୁରୁ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ ।୧୯୬୭ ମସିହା ଠାରୁ ଏଠାରେ ଗୁରୁ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇ ଆସୁଛି ବୋଲି ଭକ୍ତ ପ୍ରୀତି ରଞ୍ଜନ ଦାସ ପ୍ରକାଶ କରିଛନ୍ତି।ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହିତ ଗୁରୁ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହେବ ସେ ନେଇ ମଠ ପରିସର ରେ ଏକ ପ୍ରସ୍ତୁତି ବୈଠକ ମଠ ର ମୁଖ୍ୟ ବାବାଜୀ ଦାମୋଦର ଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ବାବାଜୀ ଅକ୍ଷୟ କୁମାର ଦାସ, ବାବାଜୀ ବିବେକାନନ୍ଦ ଦାସ, ବାବାଜୀ ପୂର୍ଣାନନ୍ଦ ଦାସ, ଡଃ.ରତ୍ନାକର ମହାନ୍ତି, ସେବିକା ଶକୁନ୍ତଳା ଦାଶ, ସବିତା ଦାସ, ନୀଳମଣି ସାହୁ,ମହେଶ ସାହୁ, ରବୀନ୍ଦ୍ର ଦାସ, କୃଷ୍ଣ ଚନ୍ଦ୍ର ଓଝା, ବାବାଜୀ ଆତ୍ମାକୃଷ୍ଣ ଦାସ,ସୁରେଶ ରାଉଳ, ନୀଳମଣି ଦଳାଇ,ବସନ୍ତ ସାହୁ, ବ୍ରଜବନ୍ଧୁ ସାହୁ, ସୁଚେତା ଦାସ, ବାସନ୍ତୀ ସେନାପତି, ବ୍ରହ୍ମା ନନ୍ଦ ଦାସ,ଶଶିକାନ୍ତ ଖୁଣ୍ଟିଆ, ଲିଙ୍ଗରାଜ ଦଳାଇ,ଶ୍ରୀ ଚରଣ ସ୍ଵାଇଁ, ପ୍ୟାରୀ ମୋହନ ସାହୁ ଙ୍କ ସହିତ ଓଡ଼ିଶା ର ବିଭିନ୍ନ ଶାଖା ଆଶ୍ରମ ର ସେବକ ସେବିକା ମାନେ ଯୋଗଦେଇ ଚଳିତ ବର୍ଷ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଗୁରୁ ଭକ୍ତ ସମ୍ମିଳନୀ କୁ କିପରି ସଫଳ କରାଯିବ ସେ ସମ୍ପର୍କ ରେ ସବିଶେଷ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ