ବିଜେଡି ର କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଲୋକସଭା ଓ ବିଧାନସଭା ନିର୍ବାଚନ ଜିତିବା ସହ ଗଡ ରକ୍ଷା ପାଇଁ ବିଜେଡି ତୃଣମୂଳ ସ୍ତରରେ କର୍ମୀ ମାନଙ୍କୁ ନେଇ ରଣ କୌଶଳ ଆରମ୍ଭ କରିଛି ଦଳ। ଆଜି ବାଉଁଶଲୁଣ୍ଡି ଓ ତୁରୁମୁ ପଞ୍ଚାୟତରେ କର୍ମୀ ସମ୍ମିଳନୀରେ ଗୁରୁମନ୍ତ୍ର ଦିଆଯାଇଛି। ଲଗାତାର ୬ ଥର ବିଜୟ ହାସଲ କରି ବିକ୍ରମ କେଶରୀ ଆରୁଖ ପୁଣି ଦଳରୁ ପ୍ରାର୍ଥି ହୋଇଥିବା ବେଳେ ବିଧାନସଭାର ବାଚସ୍ପତି ପଦ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତର କର୍ମୀଙ୍କୁ ନେଇ ଆଜି ସନ୍ଧ୍ୟାରେ ଠାକୁରାଣୀ ମନ୍ଦିର ନିକଟରେ ଏବଂ ତୁରୁମୁ ପଞ୍ଚାୟତର ସୋରିଷମୂଳି ଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ସହ ଦଳିୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ସହ ଉନ୍ନୟନ ଯୋଜନାର ସୁଫଳ ଦ୍ବାରା ଲୋକ କିଭଳି ଉପକୃତ ହୋଇପାରିଛନ୍ତି ଲୋକଙ୍କ ନିକଟରେ ପହଞ୍ଚାଇବାକୁ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ରାଜ କୁମାର ସାହୁ,ବ୍ଳକ ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ସାଂସଦ ପ୍ରତିନିଧି ଦିବାକର ନାୟକ,ଜିଲ୍ଲା ପରିଷଦ ସଦସ୍ୟ ଜିତେନ୍ଦ୍ର କେଶରୀ ଆରୁଖ,ଦେବଦତ୍ତ ପ୍ରଧାନ,ପୂର୍ବତନ ସରପଞ୍ଚ ଇଂ ଲିଙ୍ଗରାଜ ପ୍ରଧାନ,ଭବାନୀ ଶଙ୍କର ପ୍ରଧାନ,ରବିନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ