ବିଦ୍ୟାଧରପୁର- ମହୁଲ ପଙ୍ଖା ରାସ୍ତା କାମ ନିମ୍ନମାନର

ହାଟଡିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲା ହାଟଡିହି ବ୍ଲକ ଗ୍ରାମ୍ଯ ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ରାସ୍ତା କାର୍ଯ୍ୟଗୁଡିକ ଅତି ନିମ୍ନମାନର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କେବେ ଦୃଷ୍ଟି ଦେଉ ନାହାନ୍ତି। କେତେକ ସ୍ଥାନରେ ଭଲଥିବା ରାସ୍ତାଗୁଡ଼ିକୁ ତାଡ଼ି ପୁଣିଥରେ ନିର୍ମାଣ କରାଯାଉଛି। କିନ୍ତୁ ଯେଉଁସବୁ କାମ ହେଉଛି ତାହା ଅତି ନିମ୍ନ ମାନର ହେଉଥିବାରୁ ସରକାରୀ ଅର୍ଥରେ କେବଳ ଠିକାଦାରମାନଙ୍କୁ ପୋଷିବା ସାର ହେଉଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିଦ୍ୟାଧରପୁର-ମହୁଲପଙ୍କା ରାସ୍ତା କାମରେ। ପଢ଼ିଆରୀପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲପଙ୍କା ଗ୍ରାମଦେଇ ଯାଇଥିବା ଏହି ରାସ୍ତାର ମରାମତି କାର୍ଯ୍ୟର ସଠିକ୍ ତଦାରଖ ବିଭାଗୀୟ ଯନ୍ତ୍ରୀ କରୁ ନ ଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରିଥିବାରୁ ରାସ୍ତାରେ ପଡ଼ିଥ‌ିବା ପେଭର୍ ବ୍ଳକ୍ ଉଠିଯାଇଥ‌ିବା ଦେଖିବାକୁ ମିଳିଛି। ରାସ୍ତାଟି ବିଦ୍ୟାଧରପୁରଠାରୁ ପଢ଼ିଆରୀପଲ୍ଲୀ ଦେଇ ମହୁଲପଙ୍କା ପର୍ଯ୍ୟନ୍ତ ଯାଇଥିବା ବେଳେ ଏବେ ବି ରାସ୍ତା କାର୍ଯ୍ୟ ଏବେ ବି ଶେଷ ହୋଇନାହିଁ ।
ଏହି ରାସ୍ତାଟି ମରାମତି ହେବା ପୂର୍ବରୁ ଏହାର ପାଖାପାଖ୍ ୮୦ ଭାଗ ରାସ୍ତା ଭଲସ୍ଥିତି ରେ ଥିବା ବେଳେ ୨୦ଭାଗ ରାସ୍ତାରେ ଖାଲଖମା ହୋଇଥିଲା। କିନ୍ତୁ ବିଭାଗ ପକ୍ଷରୁ ଏହାର ମରାମତି ପାଇଁ ନିଷ୍ପତି ନିଆଯାଇ ୪କୋଟିରୁ ଉର୍ଦ୍ଧ୍ବ ଟଙ୍କା ଯୋଗାଇ ଦିଆଗଲା। କିନ୍ତୁ ଏହାକୁ ଅଧୂକ ଉନ୍ନ‌ତ ଓ ଅଧିକ ମୋଟେଇର ପିଚୁ ପକାଯାଇ କରାଯିବାର ଆବଶ୍ୟକତା ଥିଲାବେଳେ ତାହା କରାନଯାଇ କମ ମୋଟେଇର ପିଚୁ ଓ କେତେକ ସ୍ଥାନରେ ଢଳେଇ ଓ ଆଉ କିଛି ସ୍ଥାନରେ ଫେବର ବ୍ଲକ ବିଛାଗଲା। । କିନ୍ତୁ ବିଭାଗର ଏପରି ନିଷ୍ପତ୍ତି କେବଳ ଠିକାଦାରଙ୍କୁ ପୋଷିବା ପାଇଁ ଉଦ୍ଦିଷ୍ଟ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହି ସାଢ଼େ୭କିଲୋମିଟର ରାସ୍ତାର ମରାମତି କାମ ପାଇଥିବା ଠିକାଦାର ରାସ୍ତା ଉପରେ ଡବ୍ଲୁଏମଏମ୍ ପକାଇନାହାନ୍ତି। ରାସ୍ତାର ସବବେସ୍‌କୁ ସଠିକ୍ ଭାବେ ନିର୍ମାଣ କରି ନ ଥିବା ବେଳେ ଠିକ ଭାବେ ରୋଲିଙ୍ଗ ମଧ୍ଯ ଠିକ୍ ଭାବେ ହୋଇନାହିଁ। ତେଣୁ ପିଚୁ ହୋଇଥିବା ରାସ୍ତାର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖ‌ିବାକୁ ମିଳିଛି । ସେହିପରି ବାଲିବରେଇ ଛକରେ ବିଛାଯାଇଥିବା ପେଭର୍ ବ୍ଲକ୍ ମଧ୍ୟ ଉଠିଯାଇଛି। ଏହି ରାସ୍ତା କାମ ମାତ୍ର ୧୦ ଦିନ ତଳେ ନିର୍ମାଣ ହୋଇଥିଲା। କିନ୍ତୁ ଠିକାଦାର ଜଣକ ସଠିକ୍ ଭାଗମାପରେ କାମ କରି ନଥିବାରୁ ବାଲିବରେଇ ଛକ ରାସ୍ତାର ଏପରି ଦୁରବସ୍ଥା ହୋଇଛି। ଏହାକୁ ନେଇ କାର୍ଯ୍ୟରମାନ ଓ ରାସ୍ତାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ଏହି ରାସ୍ତା କାମ ପାଖାପାଖୂ ୧୦ ମାସ ତଳେ ଆରମ୍ଭ ହୋଇଥିଲେ ହେଁ ଅଦ୍ୟାବଧି ମାତ୍ର ୬୦ ପ୍ରତିଶତ ଶତ କାମ ଶେଷ ହୋଇଛି। ତେଣୁ ଏହି ରାସ୍ତା କାର୍ଯ୍ୟ ଧାର୍ଯ୍ୟ ସମୟ ଆସନ୍ତା ଜୁନ୍ ୫ ସୁଦ୍ଧା ଶେଷ ହେବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ରାସ୍ତା କାମରେ ଠିକାଦାର ଜଣକ ଜଣକ ଅହେତୁକ ବିଳମ୍ବ କରୁଥିବାରୁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ଦିନକୁ ଦିନ ଅଧିକ ସଂଖ୍ୟକ ଯାନବାହନ ଚଳାଚଳ କରୁଥିବାରୁ ଏହାକୁ ଅଧିକ ଚଉଡ଼ା କରାଯିବାର ଆବଶ୍ୟକତା ଥୁଲା । କିନ୍ତୁ ତା’ ନହୋଇ କେବଳ ମରାମତି ଉପରେ ଗୁରୁତ୍ୱ ଦିଆଯାଇଥିଲା। କିନ୍ତୁ ଠିକାଦାର ଜଣକ ଉପଯୁକ୍ତ ଭାବେ କାମ କରୁନଥିବାରୁ ଏହା ଉପର ଦେଇ ଭାରୀଯାନ ଚଳାଚଳ କେତେଦୂର ସୁରକ୍ଷିତ, ତାକୁ ନେଇ ମଧ୍ୟ ସ୍ଥାନୀୟ ଲୋକେ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ କି ନିର୍ମାଣ କାର୍ଯ୍ୟ ସମୟରେ କେହି ବିଭାଗୀୟ ଅଧିକାରୀ ରହୁ ନ ଥିବାରୁ ଠିକାଦାର ମନ ଇଛା କାମ କରୁଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ ଯେଉଁସବୁ ଅଞ୍ଚଳରେ ପିଚୁ ଦବିଯାଇଛି କି ଅନ୍ୟାନ୍ୟ ସମସ୍ୟା ଦେଖାଯାଇଛି, ସେସବୁର ମରାମତି କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ