ଗୋରୁମହିଷାଣୀରେ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଲୌହଖଣି ଅଂଚଳ ଗୋରୁମହିଷାଣୀ – କୁଲେଇଶିଳା ଵଜାରଛକରେ ବହୁ ପ୍ରତିକ୍ଷିତ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।୧୯୯୪ ମସିହାରୁ ଏଠାରେ ହନୁମାନଙ୍କ ପୂଜାର୍ଚ୍ଚନା କିଛି ଧାର୍ମିକ ଲୋକଙ୍କ ଦ୍ଵାରା କରା ଯାଉଥିଲା । କିନ୍ତୁ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ହେବ ମନରେ ପ୍ରଶ୍ନ ଉଙ୍କି ମାରୁଥିଲା !କିଛି ସ୍ଥାନୀୟ ଧାର୍ମିକ ଲୋକ ଏଥିପାଇଁ ଦିନରାତି ଏକ କରି ମନ୍ଦିର ପ୍ରତିଷ୍ଠା କରିବା ନେଇ ସଂକଳ୍ପ ନେଇ ଶେଷରେ ସାକାର କରିଛନ୍ତି ।ଗତ ୧୬ ତାରିଖ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ମଙ୍ଗଳବାର ଦିନ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା ।୧୫୫ ମହିଳା ଶ୍ରଦ୍ଧାଳୁଙ୍କ ଦ୍ବାରା କଳଶ ଯାତ୍ରା ହୋଇଥିଲା ।ପରେ ଶ୍ରୀବିଗ୍ରହଙ୍କ ନଗର ପରିକ୍ରମା ଓ ଯଜ୍ଞାଦି କାର୍ଯ୍ୟକ୍ରମ ମୁଖ୍ୟ ପୂଜକ ମାନସ ମିଶ୍ରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିଲା । କର୍ତ୍ତା ଭାବରେ ରାଜେଶ ସାହୁ ଏବଂ ତାଙ୍କ ସହଧର୍ମିଣୀ ଦାୟିତ୍ଵ ନିଭାଇଥିଲେ । ସଂନ୍ଧ୍ୟାରେ ଶ୍ରୀବିଗ୍ରହଙ୍କ ଗର୍ଭଧାନ କର୍ମ ଏବଂ ବିଶେଷ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।୧୭ ତାରିଖ ବୁଧବାର ରାମ ନବମୀ ଦିନ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ରାମ ନବମୀ ପୂଜନ କାର୍ଯ୍ୟକ୍ରମ ହୋଇଥିଲା । ଆଜି ଗୁରୁବାର ଦିନ ଦଶମୀ ପୂର୍ଣ୍ଣାହୁତି କର୍ମ ଓ ଦଶଦାନ କର୍ମ ଅନୁଷ୍ଠିତ ହୋଇଥିଲା । ହନୁମାନ ବିଗ୍ରହ ପ୍ରତିଷ୍ଠା ଦେଖିବାକୁ ଆଖପାଖ ପଡୋଶୀ ଝାଡଖଣ୍ଡ ଅଂଚଳରୁ ହଜାର‌ହଜାର ଶ୍ରଦ୍ଧାଳୁମାନେ ପହଞ୍ଚି ଠାକୁରଙ୍କ ଦର୍ଶନ ଦେଖି ପୂଜାର୍ଚ୍ଚନା କରି ଆଶୀର୍ବାଦ ନେଇଥିଲେ ।୩ ଦିନ ଧରି ପାଲ୍ଲା ସଂକିର୍ତ୍ତନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଆଜି ସଂନ୍ଧ୍ୟାରେ ଆଖଡ଼ା କମିଟି ତରଫରୁ ସଦସ୍ୟ ଓ ରାମ ଭକ୍ତମାନେ ଶ୍ରୀରାମଙ୍କ ପତାକା ଧରି ଶୋଭାଯାତ୍ରାରେ ଗୋରୁମହିଷାଣୀ ବଜାର ପରିକ୍ରମା କରିଥିଲେ । ବିଭିନ୍ଆଖଡା ସଦସ୍ୟ ମାନେ ସେମାନ ଲାଠି ଦ୍ବାରା ବିଭିନ୍ନ ଖେଳ କୌଶଳ ପ୍ରଦର୍ଶନ କରି ଦେଖଣାହାରୀ ଙ୍କ ମନ କିଣି ନେଇଥିଲେ। ସମଗ୍ର ଗୋରୁମହିଷାଣୀ ଅଂଚଳ ରାମମୟ ହୋଇ ଉଠିଥିଲା ।ପୋଲିସ ତରଫରୁ ଆଇନ ଶୃଙ୍ଖଳା ପ୍ରତି କଡ଼ା ନଜର ରଖାଯାଇଥିଲା । କାର୍ଯ୍ୟକ୍ରମରେ ଉପଦେଷ୍ଟା ଅଶୋକ ମହାନ୍ତ,ସଭାପତି ଦୟାନିଧି ମହାକୁଡ଼,ସଂପାଦକ ଉମେଶ ମହାନ୍ତ, ଉପସଭାପତି ଦୁର୍ଗା ପ୍ରଶନ୍ନ ମହାନ୍ତି,ଅମିତ ମହାନ୍ତ ଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଶ୍ରୀ ରାମ‌ନବମୀ ପୂଜା କମିଟି କୁଲେଇଶିଳା, ଗୋରୁମହିଷାଣୀ ତରଫରୁ ସମସ୍ତ ଅଂଚଳ ବାସୀଙ୍କୁ କୃତଜ୍ଞତା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ