ଭିକେ ପାଣ୍ଡିଆନଙ୍କୁ ବିଜୟ ପଟ୍ଟନାୟକଙ୍କ ଖୋଲା ଚ୍ୟାଲେଞ୍ଜ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ବିଧାସଭା କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ଅଂଶୁଘାତ ଆକ୍ରାନ୍ତ ହୋଇ ଗତ କିଛିଦିନ ଧରି ପ୍ରଚାର ମୈଦାନରୁ ଦୂରେଇ ରହିଥିବାବେଳେ ସୁସ୍ଥ ହୋଇ ପୁଣି ମୈଦାନକୁ ଫେରିଛନ୍ତି । ତେବେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏବଂ ଭିକେ ପାଣ୍ଡିଆନ ଗଜପତି ଗସ୍ତରେ ଆସିଥିବାବେଳେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ପାଣ୍ଡିଆନ କହିଥିଲେ ବିରୋଧୀ ଦୁଇ ଅଙ୍କ ଛୁଇଁବେ ନାହିଁ । ଏହାର କଡ଼ା ଜବାବ ଦେଇଛନ୍ତି ବିଜୟ । ଆଜି ବିଜୟ ପଟ୍ଟନାୟକ ସୁସ୍ଥ ହୋଇ ଫେରିବା ପରେ ୫ଟି ଅଧ୍ୟକ୍ଷଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି । ବିରୋଧୀ ଦୁଇ ଅଙ୍କ ଛୁଇଁବେ ନାହିଁ ବୋଲି ଭିକେ ପାଣ୍ଡିଆନ ଯେଉଁ ଦମ୍ଭୋକ୍ତି ପ୍ରକାଶ କରିଥିଲେ, ତାକୁ ନେଇ ବିଜୟ ପ୍ରତିକ୍ରିୟା ରଖିଛନ୍ତି । ବିଜୟ କହିଛନ୍ତି, “ବିଜେଡି ଯଦି ୧୪୦ ଆସନ ଜିତେ ମୁଁ ରାଜନୀତିରୁ ସନ୍ୟାସ ନେବି, କିନ୍ତୁ ବିରୋଧୀ ଦୁଇ ଅଙ୍କ ଛୁଇଁଲେ ପାଣ୍ଡିଆନ ରାଜନୀତି ଛାଡିବେ କି ? ଏଥର ବିଜେଡି ସରକାରର ପତନ ନିଶ୍ଚିତ । ତେଣୁ ନିଜର ଦମ୍ଭ ଦେଖାଇବା ପାଇଁ ଲୋକଙ୍କ ସମ୍ମୁଖରେ ଏଭଳି ଫମ୍ପା ଶବ୍ଦ କରୁଛନ୍ତି । ସେହିଭଳି ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲ ଜଗନ୍ନାଥ ଜମି କେଳେଙ୍କାରୀରେ ମୋର ନାଁକୁ ଯୋଡି ମିଥ୍ୟା ଖବର ପ୍ରଚାରିତ କରାଯାଉଛି । ସମ୍ପୃକ୍ତ ଚ୍ୟାନେଲ ଏବଂ ଏହାକୁ ପ୍ରସଙ୍ଗ କରିଥିବା ବ୍ୟକ୍ତିଙ୍କ ବିରୋଧରେ ମୁଁ ଆଇନଗତ କାର୍ଯାନୁଷ୍ଠାନ ନିଶ୍ଚିତ ନେବି । ସେ ଆହୁରି ମଧ୍ୟ କହିଛନ୍ତି, “ମୋର ଅସୁସ୍ଥତାର ଫାଇଦା ନେଇ ବିରୋଧୀମାନେ ମୁଁ କୌଣସି ଚାପରେ ପଡି ମୈଦାନ ଛାଡିଦେଇଥିବା ନେଇ ଅପପ୍ରଚାର ଆରମ୍ଭ କରିଦେଇଥିଲେ । ହେଲେ ଏଭଳି ଅପପ୍ରଚାରକୁ ଖାତିର ନକରି ମୋର ଅନୁପସ୍ଥିତିରେ କଂଗ୍ରେସ ଦଳର କର୍ମୀ ଓ ନେତାମାନେ ଯେଉଁଭଳି ଭାବେ ପ୍ରଚାର କାର୍ଯ୍ୟ ଜାରି ରଖିଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଇବା ସହ କଂଗ୍ରେସ ପ୍ରତି ସେମାନଙ୍କ ଭଲ ପାଇବା ଏବଂ ଶ୍ରଦ୍ଧାକୁ ପ୍ରଣାମ ଜଣାଉଛି । ଏଭଳି ଅପପ୍ରଚାର କରିଥବା ବ୍ୟକ୍ତିଙ୍କୁ ଆସନ୍ତା ୧୩ ତାରିଖ ଦିନ ଲୋକେ ଭୋଟ ମାଧ୍ୟମରେ ଜବାବ ଦେବେ ।”ସୂଚନା ଥାଉ, ପାରଳାଖେମୁଣ୍ଡି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ବିଜୟ ପଟ୍ଟନାୟକ ପ୍ରଚଣ୍ଡ ଖରା ଯୋଗୁଁ ଅଂଶୁଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଗତ ଦୁଇଦିନ ହେଲା ସେ ପ୍ରଚାର ମୈଦାନରେ ଦେଖାଯାଉନଥିବାରୁ ବିରୋଧୀମାନେ ବିଭିନ୍ନ କଥା କହି ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ । ତେଣୁ ସେ ଗତକାଲି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରବଳ ଖରା ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଏବଂ ଖୁବଶୀଘ୍ର ପୁଣି ପ୍ରଚାର ମୈଦାନକୁ ଫେରିବେ ବୋଲି