ବୁଗୁଡା ଓ ପୋଲସରାରେ ଶ୍ରୀକାନ୍ତଙ୍କ ନିର୍ବାଚନ ପ୍ରଚାର

ବୁଗୁଡା/ପୋଲସରା,(ଅନିଲ କୁମାର ମହାରଣା ):ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ତୃତୀୟ ଥର ପାଇଁ ବିଜୁ ଜନତା ଦଳ ପକ୍ଷରୁ ପୋଲସରା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ପାଇଁ ବିଧାୟକ ଭାବେ ଦୁଇଥର ନିର୍ବାଚିତ ହୋଇଥିଲେ। ପୁଣି ୨୦୨୪ ରେ ତୃତୀୟ ଥର ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ପ୍ରତିଦ୍ବନ୍ଦିତା କରୁଛନ୍ତି। ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ଶ୍ରୀକାନ୍ତ ସାହୁ ମଇ ୫ତାରିଖ ଦିନ ବୁଗୁଡା ବ୍ଳକର କଳମ୍ଵ ଛକ ଠାରେ ନିର୍ବାଚନ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଏଥିସହ ବୁଗୁଡ଼ା ବ୍ଲକର ଡେଙ୍ଗାପଦର, କାଦପଡ଼ା, ଘୋଡ଼ାପଡ଼ା, କଳମ୍ବ, ଡେହୁକା, ଦଶିପୁର ଓ ସୁନାକେରା ଗ୍ରାମକୁ ଯାଇ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ଶ୍ରୀକାନ୍ତ ସାହୁ, ସାଂସଦ ପ୍ରାର୍ଥୀନୀ ଡକ୍ଟର ରଞ୍ଜିତା ସାହୁ ଓ ବିଧାୟକ ପ୍ରାର୍ଥୀ ତାଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ମଇ ୬ତାରିଖ ଦିନ ପୋଲସରା ବ୍ଲକର ରୁମାଗଡ, ବାଲିଛାଇ, ଡୋଙ୍ଗରୀ ଓ ଭାଟଖାଲି ଗ୍ରାମରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବିଧାନସଭା ପ୍ରାର୍ଥୀ ତଥା ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଲୋକମାନଙ୍କୁ ନିବେଦନ କରିଥିଲେ। ପ୍ରଚାରରେ ବିଧାୟକ ଶ୍ରୀ ସାହୁ ନବୀନ ବାବୁଙ୍କ ଜନହିତକର ଯୋଜନା ସହ ନିଜର ୧୦ ବର୍ଷର ବିଧାୟକ ସମୟର ଉନ୍ନୟନ ମୂଳକ କାର୍ଯ୍ୟ ବିଷୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ