ନବୀନଙ୍କ ପାଇଁ ମହିଳା କର୍ମୀଙ୍କ ଭୋଟ ପ୍ରଚାର

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଚଳିତ ମାସ ୨୦ ତାରିଖରେ ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ହିଞ୍ଜିଳି ବିଧାନ ସଭା ଆସନରୁ ବିଜେଡ଼ି ଦଳର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିପାଇଁ ଦଳୀୟ ନେତା ଓ କର୍ମୀ ମହଲରେ ଉତ୍ସାହ ପରିଲକ୍ଷିତ ହେଉଛି।ମତଦାନ ପାଇଁ ଆଉ ମାତ୍ର ୧୩ ଦିନ ବାକି ଥିବାବେଳେ ପ୍ରଚାରରେ ବିଜେଡି ଅନ୍ୟ ଦଳ ମାନଙ୍କ ଠାରୁ ସର୍ବାଗ୍ରେ ରହିଛି। ମୂଖ୍ୟମନ୍ତ୍ରୀ ପ୍ରାର୍ଥୀ ନବୀନଙ୍କ ଲାଗି ପ୍ରଚାରର ମଙ୍ଗ ଧରିଛନ୍ତି ପୌରାଞ୍ଚଳର ଶହ ଶହ ମହିଳା କର୍ମୀ।ସୋମବାର ପୌରାଞ୍ଚଳ ଓ ବ୍ଲକସ୍ତରରେ ବିଜେଡି ପକ୍ଷରୁ ପ୍ରଚାର କାର୍ଯ୍ୟକ୍ରମକୁ ଜୋରଦାର କରଯାଇଛି।ନିର୍ବାଚନ ପ୍ରଚାରର ମାହୋଲ ସରଗରମ ହୋଇଥିବା ବେଳେ ହିଞ୍ଜିଳି ପୌରାଞ୍ଚଳ ଓ ବ୍ଲକର ବିଭିନ୍ନ ଗ୍ରାମରେ ନବୀନ ବାବୁଙ୍କ ପାଇଁ ଶହ ଶହ ମହିଳାଙ୍କ ସମେତ ଆଗ ଧାଡ଼ିର ନେତା ଓ କର୍ମୀ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ପୌରାଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇଙ୍କ ନେତୃତ୍ୱରେ ପୌରାଞ୍ଚଳର ୫,୬,୭ ନମ୍ବର ୱାର୍ଡରେ ପ୍ରଚାର କାର୍ଯ୍ୟ ଆରମ୍ଭ ହୋଇଥିଲା। ବାଦ୍ୟ ବାଜଣା ଓ ପ୍ରଚାର ଗାଡି ସହ ଶହ ଶହ ମହିଳା କର୍ମୀ, ତୁଙ୍ଗ ନେତା ଓ ଯୁବ କର୍ମୀ ଆମ ନିର୍ବାଚନ ମଣ୍ଡଳୀ, ଆମ ବିକାଶ ପୁସ୍ତିକାକୁ ଘରେ ଘରେ ବଣ୍ଟନ କରି ନବୀନ ବାବୁଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ଭୋଟରେ ଜୟଯୁକ୍ତ କରାଇବା ପାଇଁ ମହିଳା କର୍ମୀ ମାନେ ଭୋଟରଙ୍କୁ ନିବେଦନ କରିଥିଲେ।ସହରର ବିକାଶ ସହ ଦୀର୍ଘ ୨୪ ବର୍ଷ ଧରି ସାଧାରଣ ଜନତାଙ୍କ ସେବାରେ ନିଜକୁ ସମର୍ପିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ବିଧାୟକ ଭାବେ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ କସ୍ତୁରୀ ସେଠୀ, କାଉନସିଲର ରଶ୍ମିତା ସେନାପତି,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡ଼ି ରାଜ୍ୟ ଉପ ସଭାପତି ଶିବରାମ ଗୌଡ଼, ନଗର ଯୁବ ବିଜେଡି ସଭାପତି ସଞ୍ଜୟ କୁମାର ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ୟାରୀ ମୋହନ ପାଢ଼ୀ, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ତରୁଣ କୁମାର ପଣ୍ଡା,ବିଭୁ ପ୍ରସାଦ ପଣ୍ଡା,ବସନ୍ତ ବେହେରା, ବିଳାସ କୁମାରୀ ମହାନ୍ତି,ସଞ୍ଜୟ ସ୍ବାଇଁ, ଅଶୋକ କୁମାର ଦାସ,ସୁନିଲ କୁମାର ସେଠୀ, ରାମଚନ୍ଦ୍ର ମହାପାତ୍ର, ଯୁଧିଷ୍ଠିର ସ୍ଵାଇଁ, ଗୋପାଳ ସାହୁ, ପ୍ରଶାନ୍ତ କୁମାର ପ୍ରଧାନଙ୍କ ସମେତ ଶତାଧିକ ମହିଳା କର୍ମୀ ଯୁବ, ଦଳୀୟ କର୍ମୀ ଓ ସମର୍ଥକ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ