ପାରଳା ପୌର ପରିଷଦ ଗଠନର ୨ ବର୍ଷ ବିତିଲା ହେଲେ ଐତିହାସିକ ରାଜଦାଣ୍ଡର ଉନ୍ନତି ହେଲା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ପୌର ପରିଷଦ ଶାସକ ବିଜେଡି ଦଳର ହାତରେ ରହିଛି.ଗତ 2 ବର୍ଷରୁ ଉର୍ଦ୍ଧ ହେଲା ବିଜେଡି ଦଳ ଦ୍ୱାରା ପୌର ପରିଷଦ ଚାଲୁ ରହିଛି. ହେଲେ ପାରଳାଖେମୁଣ୍ଡି ସହରାଞ୍ଚଳରେ ସେପରି କୌଣସି ବିକାଶ ଉନ୍ନତି ହେବା ପରିଲକ୍ଷିତ ହେଉନାହିଁ. ବିଶେଷକରି ପାରଳା ସହରର ଅତ୍ୟନ୍ତ ମୁଖ୍ୟ ତଥା ଐତିହାସିକ ଅଞ୍ଚଳ ପାରଳା ରାଜଦଣ୍ଡର ଅବସ୍ଥା ନିର୍ବାଚନ ପୂର୍ବରୁ ଯେମିତି ଥିଲା ବର୍ତ୍ତମାନ ତା ଠାରୁ ଆହୁରି ଅବହେଳିତ ଅବସ୍ଥାରେ ରହିଛି ବୋଲି ପାରଳାଖେମୁଣ୍ଡି ସହରର କେତେକ ସଚେତନ ନାଗରିକ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଅଭିଯୋଗ କରି କହିଛନ୍ତି ଯେ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ପୌରପରିଷଦ ହେଉଛି ଅତି ପୂରାତନ ଐତିହାସିକ ସହର ପାରଳାଖେମୁଣ୍ଡି I ଏହି ପୈରାଞ୍ଚଳର ୨୦୨୨ମସିହାରେ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌରପରିଷଦରେ ସର୍ବମୋଟ ୧୬ଗୋଟି ୱାଡ ମଧ୍ୟରେ ଶାସକ ଦଳର ୧୪ଜଣ ସଭ୍ୟ ସଭ୍ୟା ନିର୍ବାଚିତ ହୋଇଥିବା ବେଳେ ଅଧ୍ଯକ୍ଷ ମଧ୍ୟ ଶାସକ ଦଳର ନିର୍ବାଚିତ ହୋଇଥିଲେ I ପାରଳାଖେମୁଣ୍ଡି ଜନସାଧାରଣଙ୍କ ଉଦ୍ଦେଶ୍ୟ ଥିଲା ଶାସକ ଦଳୀୟ କର୍ମୀଙ୍କୁ ଭୋଟଦେଇ ନିର୍ବାଚିତ କରିବା ଦ୍ଵାରା ସହରରେ କିଛି ଉନ୍ନତି ହେବାର ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଶାସକ ଦଳର ନେତାମାନଙ୍କୁ ନିର୍ବାଚିତ କରାଯାଇଥୁଲା ବୋଲି ନିର୍ବାଚିତ କରାଯାଇଥିଲା I ଦୁର୍ଭାଗ୍ୟର ବିଷୟ ହେଉଛି ଶାସକ ଦଳର ନେତାମାନେ ନିର୍ବାଚିତ ହୋଇ ଦୁଇ ବର୍ଷରୁ ଉର୍ଦ୍ଧ ବିତିଗଲାଣି ଇତି ମଧ୍ୟରେ ଦୁଇ ଦୁଇ ଥର ରଥଯାତ୍ରା ସମାପ୍ତ ହୋଇ, ବର୍ତ୍ତମାନ ୩ୟ ରଥଯାତ୍ରା ସମୟ ପାଖେଇ ଆସିଲାଣି, ବର୍ତ୍ତମାନ ସୁଦ୍ଧା ଏହି ଅବହେଳିତ ରାଜଦାଣ୍ଡ ଉପରେ ଏ ପର୍ଯ୍ୟନ୍ତ କୈାଣସି ଆଲୋଚନା କି ସମାଲୋଚନା କରିବା ଦୃଷ୍ଟି ଆକର୍ଷଣ ନଥୁବା ମନେ ହେଉଛି, ଅପରପକ୍ଷେ ଦେଖିବାକୁ ଗଲେ ଏହି ରାସ୍ତା ପୂନଃ ଉଧାର କରିବା ସକାଶେ ପୈରାଧକ୍ଷଙ୍କ ଆନ୍ତରିକତା ନଥୁବା ଯୋଗୁଁ ସହରରେ ଭୋଟରଙ୍କ ପୈରାଞ୍ଚଳ ନିର୍ବାଚନ ପ୍ରତିନିଧିଙ୍କ ଉପରେ ଜନସାଧାରଣ ନିରାଶ ହୋଇ ଥିବା ଦେଖିବାକୁ ମିଳିଛି ଯେ ସହରରେ ଇତିହାସ ସୃଷ୍ଟି କରିଛିଛ ଯାହା କି ଉଦାହରଣ ସ୍ଵରୂପ ଯେ ପୌର ପରିଷଦ ଗଠନ ହେବା ପରେ ଆଜି ପର୍ଯ୍ୟନ୍ତ ରଥଯାତ୍ରା ପୂର୍ବରୁ ରାଜଦାଣ୍ଡର ରାସ୍ତା ନିର୍ମାଣ କରାଯାଉଥୁଲା I କିନ୍ତୁ ଚଳିତ ଦୁଇ ବର୍ଷ ହେଲା ରଥଯାତ୍ରା ପୂର୍ବରୁ ରାସ୍ତା ନିର୍ମାଣ କରିବାକୁ ସଖ୍ୟମ ହୋଇ ପାରିଲେ ନାହିଁ, ତାହା ପୁଣି ଶାସକ ଦଳର ନିର୍ବାଚିତ ପୌରାଧକ୍ଷା, ପରିଷଦ ଗଠନ ହେବା ପରେ ଦୁଇ ବର୍ଷରେ ମଧ୍ୟରେ ଦୁଇ ଥର ରଥଯାତ୍ରା ସମାପ୍ତ ହୋଇ ବର୍ତମାନ ୩ୟ ରଥଯାତ୍ରା ହେବାକୁ ଯାଉଛି I ଚଳିତ ବର୍ଷ ମଧ୍ୟ ସହରରେ ମୁଖ୍ୟ ରାସ୍ତା ରାଜଦାଣ୍ଡରେ ପ୍ରତ୍ୟେକ ବର୍ଷ ପରି ରଥଯାତ୍ରା ପୂର୍ବରୁ ବଡ଼ଦେଉଳକୁ ଖାଲଖମା ଏହି ବଡ଼ଦାଣ୍ଡରେ ଶ୍ରୀ ଜଗନ୍ନାଥ ବଳଭଦ୍ର ମାଁ ଶୁଭଦ୍ରା ବିରାଜମାନ ହୋଇ ଘୋଷଯାତ୍ରା ନିମନ୍ତେ ରାସ୍ତା ଖଣ୍ଡିଏ ହେବାର ସୂଚନା ମିଳିନାହିଁ କି ରାସ୍ତାର ଖାଲ ଖମା ମରାମତି କରିବା ସମର୍ଥ ହୋଇ ପାରିଲେ ନାହିଁବଡ ଦୁଃଖ ଓ ପରିତାପର ବିଷୟ ରାଜ ଦାଣ୍ଡ ସାହିଟି ତିନୋଟି ୱାଡ କାଉନସିଲର ତଥା ୱାଡ ନମ୍ବର ୫, ୮, ୧୪, ଏହି ତିନୋଟି ସଭ୍ୟ ସଭ୍ୟା ଖାସ କରି ଶାସକ ଦଳର, ବର୍ତ୍ତମାନ ସରକାର ମୁକ୍ତା ଯୋଜନାରେ ଆବସ୍ୟକତା ନଥୁବା ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ମିସନ ଶକ୍ତି ନାମରେ ମହିଳା ମଣ୍ଡଳିଙ୍କ ନାମରେ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି I ଦେଖିବାକୁ ଗଲେ ୱାଡ ନମ୍ବର ୫ରେ ଭାରତୀୟ ରେଳ ବିଭାଗ ରାସ୍ତାରେ ପୌର ପରିଷଦ ପକ୍ଷରୁ ଖର୍ଚ୍ଚ ହୋଇପାରୁଛି I ଅପରପକ୍ଷରେ ସେହି ୱାଡ ନମ୍ବର ୫ ରେ ବଡ଼ଦାଣ୍ଡରେ ରାସ୍ତା ନିର୍ମାଣ ହୋଇପାରିନାହିଁ ସହରର ଦୁର୍ଭାଗ୍ୟ ବିଷୟ ବୋଲି ସେ ଅଞ୍ଚଳ ବାସିନ୍ଦା ମତ ପ୍ରକାଶ କରିଛନ୍ତି। ଏହି ସମସ୍ତ ବିଷୟବସ୍ତୁ ବିଗର କଲେ ଏହି ପୌର ପରିଷଦ ର୍ନିବାଚନ ହୋଇ ଦୁଇ ବର୍ଷରୁ ଉର୍ଦ୍ଧ ବିତିଗଲାଣି ହେଲେ ଏମାନଙ୍କ ଉନ୍ନତି କାର୍ଯ୍ୟ ଦେଖିବାକୁ ଗଲେ ସମୁଦ୍ରକୁ ଶଙ୍ଖ ପାଣି ସଦୃଶା ଯେଉଁ ସଭ୍ୟ ସଭ୍ୟା ଶ୍ରୀ ଜଗନ୍ନାଥଙ୍କ ପାଇଁ ସେବା ଦେଇ ପାରିଲେ ନାହିଁ I ସେମାନେ ଆଉ ଜନସାଧାରଣଙ୍କ ପାଇଁ କଣ ସେବା ଦେବେ ବୋଲି ସାଧାରଣ ଲୋକେ, ଉଚ୍ଚ ଶିକ୍ଷିତ ଲୋକେ, ବୁଦ୍ଧିଜୀବୀ ମହଲରେ ଜଗନ୍ନାଥ ମନ୍ଦିର ନିକଟରେ ଶୁଣିବାକୁ ମିଳିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ