କୋଣାର୍କ ତେଲୁଗୁ ବସ୍ତିରେ କଂଗ୍ରେସ ର ମିଶ୍ରଣ ପର୍ବ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ କୋଣାର୍କ ଏନ୍ ଏ ସି ୮ନଂ ୱାର୍ଡ଼ ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ଜାତୀୟ କଂଗ୍ରେସ ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଯାଇଅଛି। ଏହି ବୈଠକ ରେ କାକଟପୁର କଂଗ୍ରେସ ବିଧାୟକ ପ୍ରାଥୀଙ୍କ ଧର୍ମ ପତ୍ନି ବର୍ଷା ପ୍ରିୟର୍ଶିନୀ ଦାସ ଯୋଗ ଦେଇ ରାହୁଲୁ ଗାନ୍ଧିଜୀ ଙ୍କର ଐତିହାସିକ ଭାରତ ଯୋଡ଼ ଯାତ୍ରା ସମ୍ପର୍କ ଉଲ୍ଲେଖ କରିଥିଲେ । ଏହା ସହ କୋଣାର୍କ ଓ ଚନ୍ଦ୍ରଭାଗା ର ଯେ କୌଣସି ସମସ୍ୟା ରହିଛି ତାହା ନିର୍ବାଚନ ପରେ ତାହାକୁ ସମାଧାନ କରାଯିବ ସହ ଥରେ ବିଧାୟକ ପାଇଁ ଥରେ ସାଂସଦ ଙ୍କ ପାଇଁ ୨ ଥର ହାତ ଚିଂହରେ ଭୋଟ ଦେବେ ବୋଲି ଭୋଟର ଭାଇ ଭଉଣୀ ମାନଙ୍କୁ କହିଥିଲେ । ଏହି ମିଶ୍ରଣ ପର୍ବରେ ୧୦୦ ରୁ ଉର୍ଦ୍ଧ ବିଜେଡ଼ି କର୍ମୀ ଦଳ ପରିତ୍ୟାଗ କରି କଂଗ୍ରେସ ରେ ମିଶିଛନ୍ତି । କଂଗ୍ରେସ ବିଧାୟକ ପ୍ରାଥୀ ବିଶ୍ଵ ଭୂଷଣ ଦାସ , କୋଣାର୍କ କଂଗ୍ରେସ୍ ର ସଭାପତି ଉପେନ୍ଦ୍ର କାଣ୍ଡି , ସୁବୋଧ ଖଟୁଆ, ବିଜୟ ନନ୍ଦି , ସୁବାଷ ନାୟକ, ସ୍ଵାଧୀନ ନାୟକ , ପ୍ରତାପ କାଣ୍ଡି ପ୍ରମୁଖ ଯୋଗଦେଇ ଉତ୍ତରୀୟ ପକାଇ କର୍ମୀ ମାନଙ୍କୁ କଂଗ୍ରେସ ଦଳରେ ସାମିଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ