+୨ବାର୍ଷିକ ପରୀକ୍ଷାଉତ୍ତୀର୍ଣ୍ଣ ହାର, କଳାରେ ୮୦.୯୫%, ବିଜ୍ଞାନରେ ୮୬.୯୩%, ବାଣିଜ୍ୟରେ ୮୨.୨୭% ଓ ଧନ୍ଦାମୂଳକ ଶିକ୍ଷାରେ ୬୮.୦୨%
ବ୍ରହ୍ମପୁର, (ଅନିଲ କୁମାର) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଅପରାହ୍ଣରେ ବହୁ ପ୍ରତୀକ୍ଷିତ +୨କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି, ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ୟ୍ୟାଳୟରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ଅଶ୍ବିନୀ କୁମାର ମିଶ୍ର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ, ପରୀକ୍ଷା ଫଳ ଘୋଷଣା କାର୍ୟ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆୟାର, ପରିଷଦର ସଚିବ ଶୁଭ୍ରବାଳା ବେହେରା, ପରୀକ୍ଷା ନିୟନ୍ତ୍ରକ ଡ. ଅଶୋକ କୁମାର ନାୟକ, ଦୁଇ ଉପ-ପରୀକ୍ଷା ନିୟନ୍ତ୍ରକ ଡ. ଯାମିନୀ ରଞ୍ଜନ ମହାନ୍ତି ଓ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ପରିଚାଳନା ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ,
ଚଳିତ ବର୍ଷ ସମଗ୍ର ରାଜ୍ୟରେ +୨କଳା ସ୍ରୋତରେ ରେଗୁଲାର ୨୧୮୬୨୯, ଏକ୍ସ-ରେଗୁଲାର ୧୩୯୩୮ ଓ ପତ୍ର ବିନିମୟ ଶିକ୍ଷା ୨୬୫୧ ଏହିପରି ମୋଟ ୨୩୫୨୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ରେଗୁଲାର ୧୮୦୯୫୦, ଏକ୍ସ-ରେଗୁଲାର ୮୪୮୯ ଓ ପତ୍ର ବିନିମୟ ଶିକ୍ଷା ୯୯୦ ଏହିପରି ମୋଟ ୧୯୦୪୨୯ ଜଣ ପରୀକ୍ଷାର୍ଥୀ + ୨ କଳା ପରୀକ୍ଷାରେ କୃତକାର୍ୟ୍ୟ ହୋଉଛନ୍ତି, କଳା ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୦.୯୫ ପ୍ରତିଶତ, କମ୍ପାର୍ଟମେଣ୍ଟାଲରେ ୨୦୫ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୧ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି, କୌଣସି ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହଁ,
ସାରା ଓଡ଼ିଶାରେ ଏ ବର୍ଷ +୨ ବିଜ୍ଞାନ ସ୍ରୋତରେ ରେଗୁଲାର ୧୦୮୧୪୮ ଓ ଏକ୍ସ-ରେଗୁଲାର ୭୭୪୭ ଏହିପରି ମୋଟ ୧୧୫୮୯୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ରେଗୁଲାର ୯୭୧୭୨ ଓ ଏକ୍ସ-ରେଗୁଲାର ୩୫୮୫ ଏହିପରି ମୋଟ ୧୦୦୭୫୭ ଜଣ ପରୀକ୍ଷାର୍ଥୀ + ୨ ବିଜ୍ଞାନ ପରୀକ୍ଷାରେ କୃତକାର୍ୟ୍ୟ ହୋଉଛନ୍ତି, ବିଜ୍ଞାନ ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୬.୯୩ ପ୍ରତିଶତ, କମ୍ପାଣ୍ଟମେଣ୍ଟାଲରେ ୭୯୮ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି କ୍ଷ ଏ ଥର କୌଣସି ଛାତ୍ରଛାତ୍ରୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହିଁ,
ସେହିପରି +୨ ବାଣିଜ୍ୟ ସ୍ରୋତରେ ସାରା ରାଜ୍ୟରେ ରେଗୁଲାର ୨୪୧୨୧, ଏକ୍ସ-ରେଗୁଲାର ୧୭୩୩ ଓ ପତ୍ର ବିନିମୟ ଶିକ୍ଷା ୪୩ ଏହିପରି ମୋଟ ୨୫୮୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, କ୍ସମାନଙ୍କ ମଧ୍ୟରୁ ରେଗୁଲାର ୨୦୩୮୨, ଏକ୍ସ-ରେଗୁଲାର ୯୧୧ ଓ ପତ୍ର ବିନିମୟ ଶିକ୍ଷା ୧୫ ଏହିପରି ମୋଟ ୨୧୩୦୮ ଜଣ ପରୀକ୍ଷାର୍ଥୀ + ୨ ବାଣିଜ୍ୟ ପରୀକ୍ଷାରେ କୃତକାର୍ୟ୍ୟ ହୋଉଛନ୍ତି କ୍ଷ ବାଣିଜ୍ୟ ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୮୨.୨୭ ପ୍ରତିଶତ, କମ୍ପାର୍ଟମେଣ୍ଟାଲରେ ୧୩୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି କ୍ଷ କୌଣସି ପରୀକ୍ଷାର୍ଥୀଙ୍କ ଫଳାଫଳ ସ୍ଥଗିତ ରଖାଯାଇ ନାହଁ,
+୨ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ଓଡ଼ିଶାରେ ରେଗୁଲାର ୪୯୦୦ ଓ ଏକ୍ସ-ରେଗୁଲାର ୭୩୬ ଏହିପରି ମୋଟ ୩୮୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ, ସେମାନଙ୍କ ମଧ୍ୟରୁ ରେଗୁଲାର ୩୫୮୭ ଓ ଏକ୍ସ-ରେଗୁଲାର ୨୪୭ ଏହିପରି ମୋଟ ୩୮୩୪ ଜଣ ପରୀକ୍ଷାର୍ଥୀ + ୨ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ କୃତକାର୍ୟ୍ୟ ହୋଉଛନ୍ତି, ଧନ୍ଧାମୂଳକ ଶିକ୍ଷା ସ୍ରୋତରେ ଉତ୍ତୀର୍ଣ୍ଣ ହାର ରହିଛି ୬୮.୦୨ ପ୍ରତିଶତ, କମ୍ପାର୍ଟମେଣ୍ଟାଲରେ ୯୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶତ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇ ନାହାନ୍ତି କ୍ଷ କାହାର ଫଳାଫଳ ସ୍ଥଗିତ ରଖାଯାଇ ନାହଁ,
ଚଳିତ ବର୍ଷ କଳାରେ ୧୨୧୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିଜ୍ଞାନରେ ୧୦୫୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଣିଜ୍ୟରେ ୪୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଧନ୍ଦାମୂଳକ ଶିକ୍ଷାରେ ୨୧୩ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୮୨୬୪୬ ଜଣ ପରୀକ୍ଷାର୍ଥୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ବାର୍ଷିକ ପରୀକ୍ଷା ଦେଇଥିଲେ ଏବଂ ତନ୍ମଧ୍ୟରୁ ୩୧୬୩୨୮ ଜଣ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି,
ଗତ ୨୦୨୩ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷା ତୁଳନାରେ ୨୦୨୪ ପରୀକ୍ଷା ଆଶାତୀତ ଭାବେ ଭଲ ହୋଇଛି, ସମସ୍ତ ସ୍ରୋତର ଫଳାଫଳ ଶତାଂଶ ବଢ଼ିଛି, ଗତ ୨୦୨୩ +୨ବାର୍ଷିକ ପରୀକ୍ଷାରେ କଳା ସ୍ରୋତରେ ୭୮.୮୮% ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୦.୯୫% ହୋଇଛି, ୨୦୨୩ +୨ବାର୍ଷିକ ପରୀକ୍ଷାରେ ବିଜ୍ଞାନ ସ୍ରୋତରେ ୮୪.୨୮% ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୬.୯୮% ହୋଇଛି, ୨୦୨୩ +୨ ବାର୍ଷିକ ପରୀକ୍ଷାରେ ବାଣିଜ୍ୟ ସ୍ରୋତରେ ୮୧.୧୨% ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୮୨.୨୭% ହୋଇଛି, ୨୦୨୩ +୨ବାର୍ଷିକ ପରୀକ୍ଷାରେ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୬୭.୪୮% ଫଳାଫଳ ହୋଇଥିବା ବେଳେ ଚଳିତ ପରୀକ୍ଷାରେ ୬୮.୦୨% ହୋଇଛି,


