ସହରର କୃତ୍ରିମ ବନ୍ୟାର ମୁକାବିଲା ପାଇଁ ତୁରନ୍ତ କାଉନସିଲ୍ ବୈଠକ ଡକାଯାଉ :ପୀତବାସ ପଣ୍ଡା

ବ୍ରହ୍ମପୁର,(ଅନିଲ କୁମାର)::ସାମାନ୍ୟ ବର୍ଷା ହେଲେ ବ୍ରହ୍ମପୁର ସହରରେ କୃତ୍ରିମ ବନ୍ୟାର ପ୍ରହଳିକା ସୃଷ୍ଟି ହୁଏ । ଅଶୋକ ନଗର,ଗୋଦାବରୀଶ ନଗର,ଗଜପତି ନଗର,ଗାନ୍ଧୀ ନଗର,ଆସ୍କା ରୋଡ଼, ଅଟୋ ନଗର ,ପୁରୁଣା ବ୍ରହ୍ମପୁର ଅଞ୍ଚଳ, ନେହେରୁ ନଗର ,ଗେଟ୍ ବଜାର ଅଞ୍ଚଳରେ ବର୍ଷା ପାଣି ନିସ୍କାଶନ ନ ହେବା ଫଳରେ ଏହି ସବୁ ଅଞ୍ଚଳ ଜଳମଗ୍ନ ରେ ପରିଣତ ହେଉଛି । ନାଳ ପାଣି ଘର ମଧ୍ୟରେ ପ୍ରବେଶ କରୁଛି ,ଏହା ଫଳରେ ନାନାଦି ରୋଗ ବୃଦ୍ଧି ହେବା ସହ ସହରର ପାଖା ପାଖି ଲକ୍ଷାଧିକ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆସନ୍ତା ପନ୍ଦର ତାରିଖ ରେ ଓଡ଼ିଶାରେ ମୌସୁମୀ ବର୍ଷା ପ୍ରବେଶ କରିବାର ଆଶା କରାଯାଉଛି । ସହରର ଅର୍ଦ୍ଧାଧିକ ଡ୍ରେନ୍ ମୁକୁଳା ପଡ଼ିଛି ,ସମପରିମାଣରେ ଡ୍ରେନ ଗୁଡ଼ିକ ସଫା କରାଯାଇନାହିଁ । ମାଟି ଓ ଆବର୍ଜନାରେ ପରିପୂର୍ଣ୍ଣ ଡ୍ରେନ ଗୁଡ଼ିକ ବର୍ଷା ଜଳ ନିସ୍କାସନ କରିବାରେ ସମ୍ପୂର୍ଣ ଅକ୍ଷମ ଅଟେ । ପ୍ରତିବର୍ଷ ବାହାନା ନାଳ ,ସାପୁଆ ନାଳ ଓ ଡ୍ରେନ ମରାମତି ନାଁ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅତଏବ୍ ତୁରନ୍ତ କାଉନସିଲ୍ ବୈଠକ ଡାକି ଯୁଦ୍ଧ୍ କାଳୀନ ଭିତ୍ତିରେ କୃତିମ୍ ବନ୍ୟାର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରାଯିବାକୁ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ତଥା ବିଜେପି ନେତା ଶ୍ରୀ ପୀତବାସ ପଣ୍ଡା ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ