ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗରରେ ଅବସର ନେଇଥିବା ସେନା ଅଧିକାରୀଙ୍କୁ ଲୋକେ ଶୋଭଯାତ୍ରାରେ ନେଇ ସମ୍ବଦ୍ଧିତ କରିଛନ୍ତି | ସେନା ଅଧିକାରୀ ଜଣକ ହେଲେ କାଶୀନଗର ସହରର ଏମ, ରାବାନାଆୟା. ସେ ପ୍ରଥମେ ୧୯୯୮ ଫେବୃୟାରୀ ୨୬ ତାରିଖରେ ଭାରତୀୟ ସେନା ସିପାହୀ ଭାବେ ଯୋଗ ଦେଇଥିଲେ | ପରେ ପଦୋନ୍ନତି ହୋଇ ସୁବେଦାର ମେଜର ଭାବେ ଅବସର । ଗ୍ରହଣ କରିଥିଲେ I ସେ ଶେଷଥର ପାଇଁ ବ୍ରହ୍ମପୁର ସ୍ଥିତ ଗୋପାଳପୁର ଆର୍ମି ଏଡି କଲେଜରେ ଚାକିରି କରି ଅବସର ନେଇଥିଲେ। ସନ୍ଧ୍ୟାରେ ସେ କାଶୀନଗର ଫେରିବା ପରେ ଗ୍ରାମବାସୀ ତାଙ୍କୁ ଫୁଲମାଳ ଓ ପି. କନ୍ ଦେଇ ବାଜାବାଜି ସହ ବହୁ ହୁ ଆଡ଼ମ୍ବରେ ସ୍ବାଗତ ସମଦ୍ଧନା ଜଣାଇଥିଲେ। ଦୀର୍ଘ ୨୬ବର୍ଷ ଚାକିରି କରିଥିବା ବେ ବେଳେ ଭାରତମାତାଙ୍କ ତଥା ଭରଗବାସୀଙ୍କ ପାଇଁ ସେ କର୍ମ କରିଥିବା ଯୋଗୁ ନିଜକୁ ଧନ୍ୟ ମନେ କରୁଥିବା ସେନାଧିକରୀ ରାଭାନା ଆୟା କହିଛନ୍ତି I ଆଗାମୀ ଦିନରେ କାଶୀନଗର ଯୁବଗୋଷ୍ଠୀ କିପରି ଦେଶ ସେବା ପାଇଁ ନିଜକୁ ସଜାଡିବେ ସେଥିପାଇଁ ସେ ଯୁବକଯୁବତୀଙ୍କ ପ୍ରୋତ୍ସାହନ କରିବେ ବୋଲି କହିଛନ୍ତି। କାଶୀନଗର ଏନଏସି ଅଧ୍ୟକ୍ଷା ଏମ. ସୁଧାରାଣୀ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ କାଶୀନଗରବାସୀଙ୍କ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବଦ୍ଧିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ