ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I ଉକ୍ତ କର୍ମଶାଳାରେ ଏ.ପି.କଲ ଭୁବନେଶ୍ୱରର ସଂସାଶନ ବିଶେଷଜ୍ଞ ଭାବେ ଯୋଗ ଦେଇ ଡ଼. ଗିରୀଶ ଚନ୍ଦ୍ର କର ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ପରିବର୍ତ୍ତିତ କାର୍ଯ୍ୟଧାରା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ବିଭିନ୍ନ ବିଭାଗୀୟ କାର୍ଯ୍ୟପନ୍ଥାକୁ ସଫଳ ରୂପାୟନ ଦେବା ନିମନ୍ତେ ସମସ୍ତ ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ଼. ରଞ୍ଜନ କୁମାର ଦାସ, ଉଦ୍ୟାନ ଉପନିର୍ଦ୍ଦେଶକ ଶ୍ରୀ ତପନ କୁମାର ମହାନ୍ତି, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ, ନୀଳଗିରି ଶ୍ରୀ ଗୋପୀନାଥ କର, ଏଲ.ଡି.ଏମ ଶ୍ରୀ ବିଶ୍ୱଜିତ ଶତପଥି, ଡି.ଡି.ଏମ ନାବାର୍ଡ ଶ୍ରୀ ତାପସ ରଞ୍ଜନ ପ୍ରଧାନ, କୃଷି ନିର୍ବାହୀ ଯନ୍ତ୍ରୀ ତଥା ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଆଲୋକ କୁମାର ଅଧିକାରୀ ଯୋଗଦାନ ପୂର୍ବକ ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ I ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମିରାମ୍ବିକା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ (ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା) ଶ୍ରୀ ଅଭିଜିତ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ