ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ଜାତୀୟ କର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟରେ ଜାତୀୟସ୍ତରୀୟ କର୍ମଶାଳା ସପ୍ତାହ ବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳା ଇଲେକ୍ଟ୍ରି କାଲ ଓ ଏଲେକ୍ଟ୍ରିକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗ ଆନକୂଲ୍ୟରେ ଚଳିତ ମାସ ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଉକ୍ତ ବିଷୟରେ ଭବିଷ୍ୟତ ଧାରା ଓ ସାମ୍ପ୍ରତିକ ଅଗ୍ରଗତି ସମ୍ପର୍କରେ ଆଲୋଚନା ଆଇଇଇଇ ଦ୍ବାରା ସ୍ବୀକୃତିପ୍ରାପ୍ତ ଏହି କର୍ମଶାଳାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଅନୀତା ପାତ୍ର, ଡିନ୍ ଡ. ପ୍ରଫୁଲ୍ଲ କୁମାର ପଣ୍ଡା ଅଂଶଗ୍ରହଣକାରୀଙ୍କୁ ସମ୍ବୋଧୂତ କରିଥିଲେ। ଏନଆଇଟିର ନିର୍ଦ୍ଦେଶକ ପ୍ରଫେସର ବିଦ୍ଯାଧର ସୁବୁଦ୍ଧି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଅଧୂକରୁ ଅଧୂକ ସବୁଜ ଶକ୍ତି ଉତ୍ପାଦନ ପାଇଁ ସୌର ଶକ୍ତି ବା ପବନ ଶକ୍ତିର ଉତ୍ସ ସବୁକୁ କିପରି ଦକ୍ଷତାପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରାଯାଇ ପାରିବ, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏହାପରେ ଆଲୋଚନାକୁ ଅଗ୍ରସର କରିବା ନିମନ୍ତେ ବିଭିନ୍ନ ଆଇଆଇଟି, ଏନଆଇଟି ତଥା ଅନ୍ୟ ଜାତୀୟ ସ୍ତରୀୟ ଅନୁଷ୍ଠାନରୁ ନିମନ୍ତ୍ରିତ ବିଶେଷଜ୍ଞ ନିଜ ଗବେଷଣାର ଉଦ୍ଧୃତି ଉପସ୍ଥାପନ କରିବା ସହ ଆଲୋଚନା କରିଥିଲେ। ଏହି ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ସୁପ୍ରସିଦ୍ଧ ଅନେକ ଖ୍ୟାତନାମା ବିଶ୍ବବିଦ୍ୟାଳୟର ଅଧ୍ୟାପକ ତଥା ଗବେଷକ ଯୋଗ ଦେଇଥିଲେ। ପ୍ରଫେସର କୁମାର ପଟ୍ଟନାୟକ, ଡ. ପ୍ରଜ୍ଞା ପରମିତା ପ୍ରଧାନ ଏବଂ ଡ. ଅବିନାଶ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।


