ଗଣେଶ୍ୱର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମର ମହାବୀର ସତ୍ୟସେବା ମଣ୍ଡଳ ଆନୁକୂଲ୍ୟରେ ଗରାପୁର ଗ୍ରାମର ସ୍ୱର୍ଗତ ଗଣେଶ୍ୱର ସାହୁଙ୍କ ବାସ ଭବନରେ ବୈକୁଣ୍ଠନାଥଙ୍କ ପଟ୍ଟଶିଷ୍ୟ ତଥା ହନୁମାନ ମନ୍ଦିର ଓ ବୈକୁଣ୍ଠ ଆଶ୍ରମର ମୁଖ୍ୟ ପରିଚାଳକ ବାବାଜୀ ଚେତନାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ସାହୁଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସତ୍‌ସଙ୍ଗ କାର୍ଯୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ତାଙ୍କ ସ୍ମୃତିରେ ‘ସ୍ମୃତି ଅର୍ଘ୍ୟ’ ନାମକ ଏକ ସ୍ମରଣୀକା ଉନ୍ମୋଚନ ମଧ୍ୟ ଅନୁଷ୍ଠିତ ହୋଇଯଇଛି । ସର୍ବପ୍ରଥମେ ବାବା ବୈକୁଣ୍ଠନାଥଙ୍କ ପୂଜା ଆରାଧନା କରାଯିବା ପରେ ଉପସ୍ଥିତ ଗୁରୁଭାଇମାନେ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ପରେ ଶ୍ରୀମଦ୍ ଗୁରୁଦେବ ବୈକୁଣ୍ଠନାଥଙ୍କ ସ୍ୱରଚିତ ଭଜନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପେନ୍ଦ୍ର କର, ଅରକ୍ଷିତ ରାଉତ, ନିମାଇଁ ଚରଣ ଦାସ, ବାଙ୍କବିହାରୀ ଆଚାର୍ଯ୍ୟ, ସନାତନ ପଣ୍ଡା, କୃଷ୍ଣଚନ୍ଦ୍ର ନାୟକ, ରାଜକିଶୋର ବିଶ୍ୱାଳ, ଦେବାଶୀଷ ଜଗତି, ଶ୍ରୀଧର କୁମାର ମହାନ୍ତି, କେଶବ ସେଠୀ, ଶରତ କୁମାର ରାଉତ, ମନୋରଞ୍ଜନ ତ୍ରିପାଠୀ, କରୁଣାକର ଦାସ ଓ ଆଇନଜୀବୀ ପ୍ରଦୀପ ଦାଶ ପ୍ରମୁଖ ଶତାଧିକ ଗୁରୁଭାଇ ଓ ସ୍ୱର୍ଗତ ସାହୁଙ୍କ ଶୁଭେଚ୍ଛୁମାନେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସାହୁଙ୍କ ଜ୍ୟେଷ୍ଠା କନ୍ୟା ରାଜଲକ୍ଷ୍ମୀ ସାହୁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ପୁତ୍ର ରାଜେନ୍ଦ୍ର ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ