ବଂଶଧାରା ‘ ପ୍ରାଚୀର ପତ୍ରିକା ଉନ୍ମୋଚିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ, କାଶୀନଗରରେ ପ୍ରକାଶିତ ହେଉଥିବା ମାସିକ ପ୍ରାଚୀର ପତ୍ରିକା ‘ବଂଶଧାରା ‘ ଅଗଷ୍ଟ ସଂଖ୍ୟା ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ,ଗଜପତି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ, କାଶୀନଗରର ଅଧିକାରୀଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ଭାଗୀରଥି ବେହେରାଙ୍କ ଆୟୋଜନ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ଜିଲ୍ଲା ଶ୍ରୀ ମନୋରଞ୍ଜନ ଦଳେଇ, ଗୋଷ୍ଠୀ ଶିକ୍ଷା ଅଧିକାରୀ, କାଶୀନଗର ଶ୍ରୀ ଆଦିକନ୍ଦ ଗୋମଙ୍ଗୋ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଏ. ରବି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ,କାଶୀନଗର ଶ୍ରୀମତୀ ନର୍ମଦା ଦାଶଙ୍କ ଉପସ୍ଥିତିରେ ଏହି ପ୍ରାଚୀର ପତ୍ରିକା ଉନ୍ମୋଚନ ହୋଇଥିଲା । ପିଲାଙ୍କ ପ୍ରତିଭା ବିକାଶ ଏବଂ ବିଦ୍ୟାଳୟ ସାହିତ୍ୟ ସୃଜନୀ କ୍ଲବର ସୁବିନିଯୋଗ ନିମନ୍ତେ ପ୍ରାଚୀର ପତ୍ରିକାର ଭୂମିକା ଅତୁଳନୀୟ ବୋଲି ଶ୍ରୀ ମନୋରଞ୍ଜନ ଦଳେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତି ମନ୍ତବ୍ୟ ରଖିଥିଲେ । ନବମ ଶ୍ରେଣୀର ଶିକ୍ଷୟିତ୍ରୀ ଝାନ୍ସି କାଲମାଟା, ଅରୁଣା କୁମାରୀ ରେଗେଟି, ସୌଭାଗ୍ୟ ଲକ୍ଷ୍ମୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ପତ୍ରିକା ଛାତ୍ରଛାତ୍ରୀ ଗଣ ଯଥା ଆକାଶ ଶବର, ଅର୍ପିତା ଭୂୟାଁ, ରାଜ କୁମାର ମେଡି, କେ ରମୟା , ଯେ ଜ୍ୟୋତ୍ସ୍ନା, ଅନ୍ଦ୍ରୀୟା ରୋହିତ, ସୁରେଶ ପାତ୍ର, ବି ଲକ୍ଷ୍ମୀ, ନନ୍ଦିନୀ ଶବର , ପ୍ରଂଶଶିତା ଦାଶ ଆଦିଙ୍କ ଗଳ୍ପ, କବିତା ଓ ଚିତ୍ର ପ୍ରକାଶିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ