ବାଲିପଦରରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର

ବୁଗୁଡା,(ୱାଏନଏସ):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗ୍ରାମର ମହୁଳପଲ୍ଲୀ ରୋଡ଼ସ୍ଥିତ ବିଶ୍ୱ ବ୍ରାହ୍ମଣ ସମାଜ କୋଠଘର କୃଷ୍ଣମୂର୍ତ୍ତୀ ସ୍ମୃତି ଭବନରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ନିଖିଳ ଉତ୍କଳ ଶୈବ ପାଞ୍ଚଳ ବିଶ୍ୱ ବ୍ରାହ୍ମଣ (ସୁନାରୀ) ସମାଜ ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ସହଯୋଗରେ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଶଙ୍କର ଚକ୍ଷୁ ଚିକିତ୍ସାଳୟର ଚିତ୍ରସେନ ଗୌଡ଼ଙ୍କ ନେତୃତ୍ୱରେ ପାର୍ବତୀ, ସୂଚନା, ଅକ୍ଷୟ ଓ ରଘୁନାଥ ଶିବିରରେ ଉପସ୍ଥିତ ରହି ମୋଟ ୬୪ ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ପରଳ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ନିଆଯାଇଥିଲା। ଅସ୍ତ୍ରୋପଚାର ପରେ ପୁଣି ସେହି ୧୩ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସରେ ଆଣି ବାଲିପଦରରେ ଛଡ଼ାଯିବ। ପରୀକ୍ଷା ପରେ ୧୩ ବ୍ୟକ୍ତିଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା।

Spread the love

Advertisement

ଏବେ ଏବେ