ଭିଜିଲାନ୍ସ ହାତରେ କୋଟିପତି ଯୋଗାଣ ଅôଧକାରୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟ କରୁଥିବା କୋଟିପତି ସହକାରୀ ଯୋଗାଣ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଦୁର୍ନୀତି ନିବାରଣ ବିଭାଗ ହାତରେ ଧରା ପଡିଛନ୍ତି । ତାଙ୍କର କେନ୍ଦ୍ରାପଡ଼ା, କଟକ ଓ ଭୁବନେଶ୍ୱର ପ୍ରଭୃତି ୫ଟି ସ୍ଥାନରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଚଢଉ ବେଳେ ଜଣାପଡିଛି । ଏହି ଚଢାଉରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣନଗରରେ ପ୍ଲଟ୍ ନଂ. ୧୪୩/୧୭୨୦ଉପରେ ଥିବା ଏକ ମହଲା ବିଶିଷ୍ଟ କୋଠା ଘର, ଭୁବନେଶ୍ୱର ଲିଙ୍ଗିପୁରର ପ୍ଲଟ୍ ନଂ. ୧୪୫/୧୮୬୪/୪୬୩୪ଉପରେ ଥିବା ୫୬୦୦ବର୍ଗଫୁଟ୍‌ର ଏକ ଦୁଇ ମହଲା ବିଶିଷ୍ଟ କୋଠା ଘର, କଟକ(କଲ୍ୟାଣନଗର) ଓ ଭୁବନେଶ୍ୱର (ଲିଙ୍ଗିପୁର) ମୁଖ୍ୟ ସ୍ଥାନରେ ଥିବା ଦୁଇଟି ଜମି ଚିହ୍ନଟ କରାଯାଇଛି । କେବଳ ଏତିକି ନୁହେଁ କଟକ ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାରେ ତାଙ୍କ ପତ୍ନୀଙ୍କ ନାମରେ ଏକ ଲକର ରହିଥିବା ଜଣାପଡିଛି । ସେହିପରି ତାଙ୍କ ନାମରେ ଓ ପତ୍ନୀଙ୍କ ନାମରେ ଥିବା ବୀମା ରାଶିର ଯାଞ୍ଚ ଚାଲିଛି । ତାଙ୍କ ଘରୁ ଏକ ଲକ୍ଷ ୨୧ ହଜାର ୫୦୦ ନଗଦ ଟଙ୍କା ଜବତ କରାଯାଇଛି । ଡାକ ଘରେ ଏକ କୋଟି ୩୪ ଲକ୍ଷ ୫୦୫ ଟଙ୍କା ଜମା ରହିଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ୬୯ ଲକ୍ଷ ୯୦୬୯ ଟଙ୍କା ଜମା ରହିଛି । ଏହାବ୍ୟତିତ ମ୍ୟୁଚୁଆଲ ଫଣ୍ଡରେ ୮୩ ଲକ୍ଷ ଟଙ୍କା ଜମା ଥିବା ଯାଞ୍ଚ ବେଳେ ଜଣାପଡିଛି । ବର୍ତ୍ତମାନ ସୁଧା ମୋଟ ଜମା ରାଶି ୨ କୋଟି ୮୬ ଲକ୍ଷ ୯ ହଜାର ୫୬୯ ଟଙ୍କା ରହିଥିବା ଜଣାପଡିଛି । ତାଙ୍କ ଘରୁ ୮୫୦ ଗ୍ରାମର ସୁନା ଅଳଙ୍କାର ସମେତ ୪ଟି ସୁନା ବିସ୍କୁଟ୍ ଓ ଗୋଟିଏ ହୀରା ହାର ଜବତ କରାଯାଇଛି । ଏଥିସହ ଏକ ମାରୁଜି ସୁଇଫ୍ଟ କାର ଓ ଦୁଇଟି ଦୁଇ ଚକିଆ ଗାଡି ଠାବ କରାଯାଇଛି । କେନ୍ଦ୍ରାପଡ଼ା ସରକାରୀ କାର୍ଯ୍ୟାଳୟ, କଟକ ନୂଆପଡ଼ାରେ ଥିବା ପୌତୃକ ସଂପତ୍ତି ଉପରେ ଚଢାଉ କରାଯାଇଛି । କଟକ ଭିଜିଲାନ୍ସ ଅଦାଲର୍ତର ସ୍ୱତନ୍ତ୍ର ଜଜ୍‌ଙ୍କ ଆଦେଶକ୍ରମେ ଏହି ଚଢଉ କରାଯାଇଥିବା ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ଜଣେ ସହକାରୀ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ସହ ଯୋଗୀ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ଏହି ଚଢଉ ଓ ଯାଞ୍ଚଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ