ବଜ୍ରାଘାତରେ ଗାଈଚରାଳି ମୃତ

ଭଞ୍ଜନଗର,(ସନ୍ତୋଷ ଜେନା):ଖରା ହେଉ କି ବର୍ଷା, ବାତ୍ୟା ହେଉ କି ବନ୍ୟା ହେଉ ଏ ସବୁକୁ ଖାତିର ନକରି ଗାଈଚରାଳି ଟିଏ ପ୍ରତିଦିନ ଗାଈମାନଙ୍କୁ ନେଇ ଚରାଇବାକୁ ଯାଇଥାଏ, ଏବଂ ବହୁତ ସମୟରେ ଆମେ ଶୁଣିଛେ ଗାଈ ଚରାଳି ଟିଏ ବଜ୍ରାଘାତର ଶିକାର ମଧ୍ୟ୍ୟ ହୋଇଥାଏ |ଗଞ୍ଜାମ ଜିଲ୍ଲାର ସୋରଡ଼ା ବ୍ଲକ ବୋରଦା ପଞ୍ଚାୟତର ଗୋକୁଳପୁର ଗ୍ରାମରେ ଠିକ ଏମିତି ଏକ ଅଭାବନିୟ ଘଟଣା ଆଜି ଘଟିଯାଇଛି | ବଜ୍ରାଘାତରେ ଗ୍ରାମର ଗାଈଚରାଳି କୈଳାଶ ପ୍ରଧାନଙ୍କର ମୃତ୍ୟୁ ଘଟିଛି |ପ୍ରତିଦିନ ଭଳି ଗାଈମାନଙ୍କୁ ସାଙ୍ଗରେ ନେଇ ଗାଈଚରାଳି କୈଳାଶ ଚରେଇବାକୁ ଯାଇଥିଲା ହେଲେ ସିଏ ଜାଣିନଥିଲା ତା ସହିତ ଏମିତି ହବ l ଗାଈ ଚରେଇ ସାରି ଗୋଠରେ ଗାଈ ବାନ୍ଧୁଥିବା ସମୟରେ ହଟାତ ବଜ୍ରାଘାତ ସୃଷ୍ଟି ହେଲା ଆଉ ସେ ବଜ୍ରାଘାତର କୋପ ଏତେ ଅଧିକ ଥିଲାଯେ ସେହି କ୍ଷଣି ହିଁ କୈଳାଶ ଟଳିପଡିଥିଲା, ଆଉ ସେହି ସମୟରେ କୈଳାଶର ପୁଅ ସେ ସ୍ଥାନରେ ପହଁଚିଲା ଆଉ ବାପା ପଡ଼ିଥିବା ଦେଖି କାନ୍ଦି ଚିତ୍କାର କଲା ଆଉ ତା ଚିତ୍କାର ଶୁଣି ଗ୍ରାମର କିଛି ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ଏକ ଅଟୋ ସାହାଯ୍ୟରେ କୈଳାଶକୁ ବଡ଼ଗଡ଼ ମେଡିକଲକୁ ନେଇଥିଲେ ଏବଂ ସେଠି ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ