ଆହତ ଅଧ୍ୟାପକଙ୍କ ମୃତ୍ୟୁ ନୟାହାଟ ଅଞ୍ଚଳରେ ଶୋକର ଛାୟା
ନିମାପଡା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ବ୍ଲକ ନୟାହାଟ କଲେଜର ଇତିହାସ ବିଭାଗ ଅଧ୍ୟାପକ ଶୁକଦେବ ନାୟକ (୫୮) ଶୁକ୍ରବାର ଦିନ ଏକ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ଜଣା ପଡ଼ିବା ପରେ ନୟାହାଟ ଓ ବେତେଣ୍ଡା ଗ୍ରାମ ରେ ଶୋକର ଛାୟା ଖେଳି ଯାଇଛି।ଶ୍ରୀ ନାୟକ ନିଜ ବାଇକ ଯୋଗେ ନିଜ ଘର ନିଆଳି ଥାନା ବେତେଣ୍ଡା ଗ୍ରାମରୁ ନୟାହାଟ କଲେଜକୁ ଆସୁଥିବା ବେଳେ ତାଙ୍କୁ ଏକ କ୍ଷୀର ବୋଝାଇ ଟ୍ୟାଙ୍କର ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଆହତ ଅବସ୍ଥା ରେ ତାଙ୍କୁ ସ୍ଥାନୀୟ ଲୋକମାନେ ପ୍ରଥମେ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ୬ନଂ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଲାଗି ନେଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। ଡାକ୍ତର ମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମର ଶରୀର ସଂଧ୍ୟାରେ ନୟାହାଟରେ ପହଞ୍ଚିବା ପରେ ନୟାହାଟ ବଜାର ଅଞ୍ଚଳ ପରିକ୍ରମା କରାଯାଇ ତାଙ୍କ କର୍ମସ୍ଥଳ ନୟାହାଟ କଲେଜ କୁ ନିଆଯାଇ ଥିଲା। ସେଠାରେ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ,ଅଧ୍ୟାପିକା,ଛାତ୍ର ଛାତ୍ରୀ , କର୍ମଚାରୀ ମାନେ ତାଙ୍କୁ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଳ ଦେଇ ଶେଷ ସମ୍ମାନ ଜଣାଇଥିଲେ। ତାଙ୍କ ସମ୍ମାନାର୍ଥେ ଆଜି ନୟାହାଟ କଲେଜ ରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଦିନକ ପାଇଁ କଲେଜ କୁ ବନ୍ଦ କରି ଦିଆଯାଇଥିଲା। ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ମରଶରୀର କୁ ତାଙ୍କ ନିଜ ଗାଁ ନିଆଳି ବ୍ଲକର ବେତେଣ୍ଡା କୁ ନିଆଯାଇ ଗାଁ ଶ୍ମଶାନ ରେ ତାଙ୍କ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।


