ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ପାଇଁ ବ୍ୟାପକ ପ୍ରସ୍ତୁତି

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ଜନ୍ମାଷ୍ଟମୀ ଓ ବ୍ରହ୍ମଲିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସପ୍ତଦଶ ତମ ବଳିଦାନ ଦିବସ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଥି ପାଇଁ ତୁମୁଡ଼ିବନ୍ଧ ସ୍ତିତ ଜଲେଶପଟ୍ଟା ସଂସ୍କୃତ କନ୍ୟାଶ୍ରମ ପରିସରରେ ବ୍ୟାପକ ଆୟୋଜନ କରାଯାଉଛି । ସକାଳୁ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ତିଳ ତର୍ପଣ କରିବା ପରେ ରାହୁଳ ନଦୀକୁ ଯାଇ ଜଳେଶ୍ଵର ଶୈବ ପୀଠରୁ ୧୦୮କଳସରେ ପବିତ୍ର ଜଳ ସଂଗ୍ରହ କରି ଯଜ୍ଞ ମଣ୍ଡପକୁ ଆଣିବେ। ଏହା ପରେ ଘୃତ ଯଜ୍ଞ, ନାମ ଯଜ୍ଞ ,୧୦୮ ହନୁମାନ ଚାଳିଶା ପାଠ, ହରି ନାମରେ ପ୍ରକମ୍ପିତ ହେବା ସହ ଅନ୍ନ ପ୍ରସାଦ ସେବନ କାର୍ଯକ୍ରମ ରହିଛି । ଆଶ୍ରମର ଉତ୍ତରାଧିକାରୀ ସ୍ବାମୀ ମୁକ୍ତା ନନ୍ଦ ପୁରୀ ମହାରାଜ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବେଳେ ସ୍ବାମୀ ଜୀଙ୍କ ଅନୁଗାମୀ ଓ ସ୍ବାମୀଜୀଙ୍କ ସ୍ମୃତି ନ୍ୟାସ ପକ୍ଷରୁ ଆୟୋଜନ କରାଯାଉଛି। ପବିତ୍ର ଜନ୍ମାଷ୍ଟମୀ ଅଗଷ୍ଟ ୨୬ ତାରିଖ ସୋମବାର ଦିବା ୧୦ ଘଣ୍ଟିକା ସମୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେବ। ଏହି ସ୍ମୃତି ସଭାରେ ଓଡିଶା ସରକାରଙ୍କ ପଞ୍ଚାୟତରାଜ, ଗ୍ରାମ୍ୟ ଜଳଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ, ଉଚ୍ଚ ଶିକ୍ଷା ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ଯୋଗଦେବା କାର୍ଯକ୍ରମ ରହିଛି ତାଙ୍କ ସହ ବହୁ ସାଧୁସନ୍ଥ ଓ ଅନୁଗାମୀ ଏକାଠି ହେବେ। ଏଥି ପାଇଁ କନ୍ଧମାଳ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ