ଜିଲ୍ଲା ସ୍ତରୀୟ “କବାଡି”ପ୍ରତିଯୋଗିତା ଯୋଗ ଶିବିର ପାଇଁ ପ୍ରସ୍ତୁତି ବୈଠକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ନିର୍ଦ୍ଦେଶ କ୍ରମେ ହେବାକୁଥିବା ଜିଲ୍ଲା ସ୍ତରୀୟ” କବାଡି “ଏବଂ ଯୋଗ ଶିବିର ପାଇଁ ପାଟପୁର ହାଇସ୍କୁଲ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଟପୁର ହାଇସ୍କୁଲ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ପ୍ରମିଳା କୁମାରୀ ସାହୁ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ବାଇଁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଟପୁର ବିଶ୍ୱାସରାୟ ବିଜ୍ଞାନ ମହାନିଦ୍ୟାଳୟର ଅଧ୍ୟାପକ ଡ଼ା କୈଳାଶ ଚନ୍ଦ୍ର ସ୍ବାଇଁ ଯୋଗ ଦେଇ କ୍ରୀଡା ପ୍ରତିଯୋଗି ମାନଙ୍କୁ ଉଛାହିତ କରିବା ସହିତ ସେମାନଙ୍କ ପାଇଁ ଭୋଜନ ପାନୀୟ ଜଳ ଏବଂ ବିଭିନ୍ନ ବ୍ଲକରୁ ଆସୁଥିବା କ୍ରୀଡା ପ୍ରତିଯୋଗି ମାନେ ରହିବା ବ୍ୟବସ୍ଥା ସହ ସଠିକ ଭାବେ ପରିଚାଳନା ନିମନ୍ତେ ଏକ କମିଟି ଗଠନ ପାଇଁ ଆଲୋଚନା ହୋଇ କମିଟି ଗଠନ କରାଯାଇଥିଲା। ଆସନ୍ତା ସେପ୍ଟେମ୍ବର ୧୯ ଠାରୁ ଆରମ୍ଭ ହୋଇ ୧୯ ତାରିଖ ଶେଷ ହେବା ୩ ଦିନ ଧରି ହେବାକୁ ଥିବା କ୍ରୀଡା ପ୍ରତିଯୋଗିତା ରେ ଜିଲ୍ଲାର ୭୨ଟି ବିଦ୍ୟାଳୟର ୫୦୪ ଜଣ ଛାତ୍ର ଛାତ୍ରୀ “କବାଡି” ଯୋଗ ଶିବିରରେ ଅଂଶ ଗ୍ରହଣକରିବେ।ବ୍ଲକ କ୍ରୀଡା ଶିକ୍ଷକ ଅରୁଣ କୁମାର ରାଉତ ଙ୍କ ତତ୍ବାବଧାନରେ ଆୟୋଜିତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ପୋଡ଼ାମାରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁକୁନା ପ୍ରଧାନ, ସତ୍ୟନାରାୟଣ ଦାସ,ପାଟପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା, ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ କ୍ରୀଡା ଶିକ୍ଷକ ପ୍ରମୁଖ ଉପସ୍ଥିତି ରହି ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ