ଗଜପତିରେ ୩ ଶହ ୟୁନିଟ୍ ବିଜୁଳି’ ଆନ୍ଦୋଳନ ଜୋର୍ ଧରିଲା, ବିଜେଡିର ବିକ୍ଷୋଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ୩ ଶହ ୟୁନିଟ ବିଜୁଳି ଯୋଗାଣ ପ୍ରତିଶୃତି କାର୍ଯ୍ୟକାରୀ ନ କରାଯିବା ଯୋଗୁଁ ଆନ୍ଦୋଳନ ଜୋର ଧରିଥିବା ଦେଖା ଦେଇଛି. ଏନେଇ ପାରଳା ବିଧାୟକଙ୍କ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦସନ କରାଯାଇ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବିପତ୍ର ଦିଆଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗୁମ୍ଫା ବିଜୁ ଜନତା ଦଳ ତରଫରୁ ପାରଳାଖେମୁଣ୍ଡି ବିଧାୟକ ଇ. ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଜନସଚେତନତା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆଯୋଜିତ ହୋଇଥିଲା । ପ୍ରଥମେ ବିଧାୟକଙ୍କ ନେତୃତ୍ବରେ ବିଜେଡି ନେତା ଓ କର୍ମୀ ଏକତ୍ର ହେବା ପରେ ପାଇକସାହିରୁ ଶୋଭାଯାତ୍ରା ବାହାରି ଶ୍ରୀକୃଷ୍ଣନ ସାହି, ହାଟପଦା ଓ ବଜାର ଛକ ଦେଇ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା | ଶାସକ ବିଜେପି ପକ୍ଷରୁ ଲୋକଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରାଯାଇଥିଲା। ନିର୍ବାଚନ ପୂର୍ବରୁ ବିଜେପି ସରକାରକୁ ଆସିଲେ ସମସ୍ତ ବର୍ଗର ଭରା ୩୦୦୦ ଟଙ୍କାରୁ ଅଧିକ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ସରକାର ଗଠନ କରିବା ପରେ ତାହା ପାଳନ ନ କରି ଓଡ଼ିଶାର ବୃଦ୍ଧବୃଦ୍ଧାଙ୍କ ପ୍ରତି ବିଶ୍ଵାସଘାତକତା କରାଯାଇଥିବା ଅଭିଯୋଗ ହୋଇଥିଲା। ସେହିପରି ୩୦୦ ୟୁନିଟ ବିଜୁଳି ଛାଡ଼, ସୁଭଦ୍ରା ଯୋଜନାରେ ପାତରଅନ୍ତର, ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି, ଚିଟଫଣ୍ଡ ଟଙ୍କା ପ୍ରଦାନ ଓ ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିବା ସହ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିଜେପି ସରକାରଙ୍କ ପ୍ରତି ଅସନ୍ତୋଷ ବ୍ୟକ୍ତ କରିବା ସହ ଆଗାମୀ ଦିନରେ ବନ୍ଧିତ ଭତ୍ତା ରାଶି ସମସ୍ତ ବର୍ଗର ହିତାଧିକାରୀଙ୍କୁ ପ୍ରଦାନ କରା ନ ଗଲେ ଗୁମ୍ମା ବ୍ଲକ ବିଜୁ ଜନତା ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି କୁହାଯାଇଥିଲା. ଉକ୍ତ ଜନ ସଚେତନତା କାର୍ଯ୍ୟକ୍ରମରେ ପାରଳା ବିଧାୟକ ଇ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ରାଜ୍ୟ ସାଧାରଣ ସମ୍ପାଦକ ପ୍ରଦୀପ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ଉପାଧ୍ଯକ୍ଷ ଏସ ଶ୍ରୀନିବାସ, ବ୍ଲକ ସଭାପତି ଅଗଷ୍ଟ ଗମାଙ୍ଗ, ଅଜୟ ବଡ଼ନାଯକ, ସୁଭାଶିଷ ଏଡ଼ଲା, ପ୍ରୀତମ ପାଳ, କୁମାର ପାଣି, ଗୀତାଞ୍ଜଳି ବଦ୍ଧନ, ସ୍ଥାନୀୟ ସରପଞ୍ଚ/ ସମିତି ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ବିଜେପି ନିଜର ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଦାବିରେ ଏକ ଦାବିପତ୍ର ଗୁମ୍ମା ବିଜେଡି ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଆକାଶ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା |