୧୩ତମ ଦିବସରେ ଚକ୍ଷୁଦାନ ପକ୍ଷପାଳନ
ବ୍ରହ୍ମପୁର,(ଅନିଲ କୁମାର):ଫ୍ରେଣ୍ଡସ ହେଲପିଙ୍ଗ କ୍ଳବ, ବ୍ରହ୍ମପୁର ଓ ଅଖିଳ ଭାରତୀୟ ମାରୁବାଡ଼ି ମହିଳା ସମ୍ମେଳନୀ , ବ୍ରହ୍ମପୁରର ମିଳିତ ଭାବେ ଚକ୍ଷୁଦାନ ପକ୍ଷପାଳନର ୧୩ତମ ଦିବସରେ
ରାମଲିଙ୍ଗେଶ୍ୱର ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି। ପାର୍କର ବାହାରେ ପ୍ରଚାର ପତ୍ର ଉଭୟ ସଂଗଠନ ମାଧ୍ୟମରେ କରାଯାଇଥିଲା। ପାର୍କ ଭିତରେ ହରି ଓଁ ହସ ଓ ବ୍ୟୟ।ମ କେନ୍ଦ୍ର ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶତାଧିକ ମହିଳା ଓ ପୁରୁଷଙ୍କୁ ସଚେତନ କରାଯାଇଥିଲା। ଏହି କେନ୍ଦ୍ରର ଗୁରୁ ଯେ.ସୂର୍ୟନାରାୟଣ ସର୍ବପ୍ରଥମେ ମୃତ୍ୟୁପରେ ଶରୀର ଦାନ କରିବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।ଉପସ୍ଥିତ ଥିବା ସମସ୍ତ ୟୋଗାରେ ତାଲିମ ପାଉଥିବା ବ୍ୟକ୍ତିଙ୍କୁ ଚକ୍ଷୁଦାନ ସମ୍ପର୍କରେ କ୍ଳବର ପୂର୍ବତନ ସଭାପତି ଜମ୍ମୁଲା ସୁରେଶ, ଭି .ଭେଙ୍କଟରତ୍ନମ ରାଜୁ ଓ ଅଖିଳ ଭାରତ ମାରବାଡ଼ି ମହିଳା ସମ୍ମେଳନର ସୀମା ଚୌଧୁରୀ ଓ ଶଶୀ ମୋରେ ଚକ୍ଷୁଦାନର ବିଭିନ୍ନ ଦିଗ ବିଷୟରେ ବୁଝାଇଥିଲେ । ଗତ କାଲି ଦେଶିବେହେରା ସାହିର ଦିବଂଗତ ତାଙ୍ଗୁଡୁ ବିଜୟଲକ୍ଷ୍ମୀଙ୍କ ଚକ୍ଷୁଦୁଇଟିକୁ ତାଙ୍କ ପରିବାର ଦାନକରିଥିଲେ। ଦେଶରୁ ଅନ୍ଧତ୍ୱ ଦୂରୀକରଣ ପାଇଁ ଚକ୍ଷୁ ଦାନ ନିତାନ୍ତ ଆବଶ୍ୟକ। ମୃତ୍ୟୁପରେ ଚକ୍ଷୁ ଦାନ କରାଯାଏ। ମୃତ୍ୟୁର ୬ ଘଣ୍ଟା ମଧ୍ୟରେ ଆଖିର ସ୍ୱଚ୍ଛ ପଟଳ( କୋରୋନିଆ)କୁ ହିଁ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା ସଂଗ୍ରହ କରଯାଏ। ମୃତ୍ୟୁ ପରେ ପରେ ଚକ୍ଷୁଦାତାଙ୍କ ଦୁଇଆଖିକୁ ଓଦା ରଖିବା ପାଇଁ ଆଖିରେ ଓଦା ତୁଳା ବା କନା ରଖିବାକୁ ପଡିଥାଏ ଓ ପଙ୍ଖା ବନ୍ଦ କରିବାକୁ ହୋଇଥାଏ। ତାଲିମ ପ୍ରାପ୍ତ ଚକ୍ଷୁ ଡାକ୍ତର ଚକ୍ଷୁର ସ୍ଵଛପଟଳ କେବଳ ପନ୍ଦର ମିନିଟ ମଧ୍ୟରେ ସଂଗ୍ରହ କରିବାପରେ ତାହା ସୁରକ୍ଷିତ ଭାବେ ରଖାଯାଏ ଓ ୭ ଦିନ ମଧ୍ୟରେ ଅପେକ୍ଷାରତ କର୍ଣ୍ଣିଆଜନିତ ଦୃଷ୍ଟଶକ୍ତିବାଧିତ ବ୍ୟକ୍ତିଙ୍କଠାରେ ପ୍ରତିରୋପଣ କରାଯାଇଥାଏ ବୋଲି ସୂଚାଇ ଥିଲେ। ଉଭୟ ସଂଗଠନର ବହୁ ସଦସ୍ୟ ଏଥିରେ ସହଯୋଗ କରିଥିଲେ।


