ବାର୍ଡ ଫ୍ଲୁ ସନ୍ଦେହ, ବି. ସୀତାପୁରରେ ମରୁଛନ୍ତି କୁକୁଡ଼ା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଗୋଷାଣି ବ୍ଲକ ଅନ୍ତର୍ଗତ ବି. ସୀତାପୁର ଗ୍ରାମରେ କୁକୁଡା ଗୁଡିକ ମରୁଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ରାଜ୍ୟର କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପୀ କୁକୁଡା ମରୁଥିବା ବେଳେ ଗଜପତି ଜିଲ୍ଲାର ବି.ସୀତାପୁରରେ ମଧ୍ୟ ଏଭଳି ସ୍ଥିତି ଦେଖା ଦେଇଥିବା ଗ୍ରାମବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପ୍ରକାଶ କରି କହିଛନ୍ତିଯେ, ଗଜପତି ଜିଲ୍ଲାରେ ଏଭଳି କୁକୁଡ଼ା ମୃତ୍ୟୁକୁ ନେଇ ବାର୍ଡ ଫ୍ଲୁ ସନ୍ଦେହ ପ୍ରକାଶ ପାଇଛି. ଘଟଣା ନେଇ ପ୍ରଶାସନ, ସ୍ୱାସ୍ଥ୍ୟ ବିଭାଗ ଓ ପ୍ରାଣୀଧନ ବିଭାଗ ତୁରନ୍ତ ଘଟଣା ନେଇ ତୁରନ୍ତ ଅନୁଧ୍ୟାନ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ