ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ପାଇଁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ପ୍ରସ୍ତୁତି ବୈଠକ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଷ୍ଟାଡିୟମ୍ ପରିସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ କ୍ରୀଡା ଏବଂ ଯୋଗାସନ ପ୍ରତିଯୋଗିତା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ସାନଖେମୁଣ୍ଡି ବ୍ଲକ୍ ସମ୍ମିଳନୀ କକ୍ଷରେ ସାନଖେମୁଣ୍ଡି ଗୋଷ୍ଠି ଶିକ୍ଷାଧିକାରୀ ଲିଙ୍ଗରାଜ ସ୍ବାଇଁ ଙ୍କସଂଯୋଜନାରେ ଆୟୋଜିତ ବୈଠକ ରେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଯୋଗ ଦେଇ ଆସନ୍ତା ୧୯ ତାରିଖ ଠାରୁ ତିନିଦିନ ବ୍ୟାପି ହେବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାସ୍ତରୀୟ କବାଡି ଓ ଯୋଗାସନ ପ୍ରତିଯୋଗିତା ନିମନ୍ତେ କିପରି ସଫଳ ହେବ ସେନେଇ ଆଲୋଚନା କରିଛନ୍ତି। ଉକ୍ତ ବୈଠକରେ ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର,ସାନଖେମୁଣ୍ଡି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ,ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଭାଗିରଥି ସ୍ବାଇଁ,ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ,ଆଡପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ବାହନ ଦାସ, ପାଟପୁର ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା, ଦିଗପହଣ୍ଡି ଗୋଷ୍ଠି ଶିକ୍ଷା ଅଧିକାରୀ କୁରେଶୁ ସେଠୀ, ଅଧ୍ୟାପକ କୈଳାଶ ଚନ୍ଦ୍ର ସ୍ୱାଇ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ପାଟପୁର , ପୁଡ଼ାମାରି ମହାବିଦ୍ୟାଳୟ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର,ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ରାମଚନ୍ଦ୍ର ପଣ୍ଡା, ସମେତ ସମସ୍ତ ଵିଆର୍ ସିସି, ସିଆରସିସି ଏବଂ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇ ତିନିଦିନ ବ୍ୟାପି ହେବାକୁ ଥିବା କ୍ରୀଡା ପ୍ରତିଯୋଗିତା ନିମନ୍ତେ ଜିଲ୍ଲା ରୁ ୭୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ମାନେ ଭାଗ ନେବେ ସେମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା ପାଣି, ଶୌଚ ବ୍ୟବସ୍ଥା,ରହିବା ପାଇଁ ,ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ମନ୍ତ୍ରୀ, ସାଂସଦ ,ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ,ବିଭିନ୍ନ ବ୍ଲକ ର ଅଧ୍ୟକ୍ଷ ,ଏବଂ ଜନପ୍ରତିନିଧି ନେତୃବୃନ୍ଦ ଯୋଗ ଦେବା ପାଇଁ ସ୍ଥିର କରାଯାଇଛି।ସୁଚାରୁଓ ରୂପେ ପରିଚାଳନା ନିମନ୍ତେ ପରାମର୍ଶ ଦେଇଥିଲେ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ ଉକ୍ତ ବୈଠକରେ ସ୍କୁଲ କମିଟି ଉପସ୍ତିତ ଥିଲେ। ଉକ୍ତ ବୈଠକଟିକୁ ଶିକ୍ଷକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ