ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଆକ୍ରମଣକାରୀ କଂଗାରୁ କୋର୍ଟର ସମସ୍ତ ଅପରାଧୀଙ୍କୁ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆପାଳ ବ୍ଲକ୍, ସିଙ୍ଗଲା ଥାନା ଅନ୍ତର୍ଗତ କୁଣ୍ଡୁଳୀ ଗ୍ରାମ ପଞ୍ଚାୟତର ମାହାପଦା ଅଙ୍ଗନୱାଡ଼ି଼ି କେନ୍ଦ୍ରର କର୍ମୀ ଶ୍ରୀମତୀ ଉର୍ମିଳା ସାମଲଙ୍କୁ ଆଇନର ଶାସନକୁ ବେଖାତିର କରି ମଧ୍ୟଯୁଗୀୟ କଙ୍ଗାରୁ କୋର୍ଟରେ ଯେଭଳି ଗଛରେ ବାନ୍ଧି ଜୀବନରୁ ମାରି ଦେବା ପାଇଁ ମରଣାନ୍ତକ ଆକ୍ରମଣ କରାଯାଇଛି ସେହି ଘଟଣାକୁ ଏଆଇଟିୟୁସି ସଂଯୁକ୍ତ ନିଖିଳ ଓଡିଶା ଅଙ୍ଗନୱାଡ଼ି଼ି କର୍ମୀ ସଂଘ ବାଲେଶ୍ୱର ଜିଲ୍ଲା କମିଟି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦୃଢ଼ ନିନ୍ଦା କରାଯାଇଛି । ଘଟଣାର ଚତୁର୍ଥ ଦିନରେ ୩ଜଣ ଗିରଫ ହୋଇଥିଲେବି ଏହି କଂଗାରୁ କୋର୍ଟର ସମସ୍ତ ଅପରାଧୀଙ୍କୁ ଗରଫ ଓ ଦୃଷ୍ଣାନ୍ତ ସୃଷ୍ଟିକାରୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଦାବି କରାଯାଇଛି । ଅବଶ୍ୟ ଏହି ଘଟଣାରେ ଅଙ୍ଗନୱାଡ଼ି ସୁପରଭାଇଜର, ସିଡିପିଓ, ଡିଏସଡବ୍ଲ୍ୟୁଓ, ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଏସପି ଏବଂ ଜିଲ୍ଲାପାଳ ସଂଘର ଦାବି ଗ୍ରହଣ କରି ପଦକ୍ଷେପ ନେଇଥିବାରୁ ସଂଘ ପକ୍ଷରୁ ଉପରୋକ୍ତ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରା ଯାଇଛି । ମାତ୍ର ସମସ୍ତ ଅପରାଧୀଙ୍କ ଗିରଫ ସହ ଏ ସମସ୍ତ ଦାବି ପୁରଣ ନହେଲେ ଆଗାମୀ ୩୦ସେପ୍େଟମ୍ବରରେ ଜିଲ୍ଲାର ସମସ୍ତ ଆଇସିଡିଏସ ପ୍ରକଳ୍ପ ସ୍ତରରେ ଆନ୍ଦୋଳନ ପାଇଁ ସଂଘର ଜିଲ୍ଲା କମିଟି ଚେତାବନୀ ଦେଇଛି । ଏଭଳି ନାରକୀୟ ଘଟଣା ଘଟିବା ପଛରେ ସ୍କିମ ୱାର୍କରମାନଙ୍କ ପ୍ରତି ସରକାରୀ ନୀତିକୁ ସଂଘ ପକ୍ଷରୁ ଦାୟୀ କରାଯାଇଛି । ମହିଳା ଓ ଶିଶୁ ବିକାଶର ୬ସୂତ୍ରୀ କାର୍ଯ୍ୟ ପାଇଁ ଅଙ୍ଗନୱାଡ଼ି କର୍ମୀ, ମିନି କର୍ମୀ ଓ ସହାୟିକାମାନେ ନିଯୁକ୍ତି ପାଇଥିବା ବେଳେ, ସରକାର ବିଭିନ୍ନ ସମୟରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ଼, ଜାତି ଜନଗଣନା, ମହାମାରୀ ଯୋଦ୍ଧା, ବିଭିନ୍ନ ସର୍ଭେ ଓ ନିର୍ବାଚନ ପରିଚାଳନାର ବିଏଲ୍ଓ ଦାୟିତ୍ୱ ଏପରିକି ସୁଭଦ୍ରା ଲାଭାର୍ଥୀଙ୍କୁ ସଚେତନ କରିବା ଦାୟିତ୍ୱ ଲଦୁଛନ୍ତି । ମାହାପଦା କର୍ମୀ ସୁଭଦ୍ରା ଯୋଜନାର ଫର୍ମ ଯୋଗାଇ ଲାଭାର୍ଥୀ ମହିଳାଙ୍କୁ ସଚେତନ କରାଇ ଅଫଲାଇନ ଫର୍ମ ପ୍ରଦାନ କରିଥିଲେ । ଅନଲାଇନ ଫର୍ମ ଆବେଦନକାରୀ ମହିଳାମାନେ ସୁଭଦ୍ରା ଅର୍ଥ ପାଇଗଲେ, ଅଫଲାଇନ ଆବେଦନକାରୀ ସୁଭଦ୍ରା ଟଙ୍କା କାହିଁକି ଅନ୍ୟମାନଙ୍କ ସହ ପାଇ ପାରିଲେ ନାହିଁ, ସେହି ଅଶାନ୍ତିର ଶିକାର ହେଲେ ମାହାପଦା ଅଙ୍ଗନୱାଡ଼ି କର୍ମୀ ଉର୍ମିଳା ସାମଲ । ରାଜ୍ୟରେ ଲକ୍ଷାଧିକ ତାଲିମ ପ୍ରାପ୍ତ ଜୀବିକା ମିଶନ ଆସି କର୍ମୀ ଥାଇ ମଧ୍ୟ ସରକାର ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଏହି କାମ ନଦେଇ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଫର୍ମ ବାଣ୍ଟିବା କାମ ଦେବା ଫଳରେ ଅଙ୍ଗନୱାଡ଼ି କର୍ମୀ କଂଗାରୁ କୋର୍ଟର ଶିକାର ହେଲେ ।ଏହା କେବଳ ସୁଭଦ୍ରା ଫର୍ମ ବାଣ୍ଟିବା କାମ ଭିତରେ ସିମିତ ନୁହେଁ, ଉପରବର୍ଣ୍ଣିତ ଯାବତୀୟ କାମ ଅଙ୍ଗନୱାଡ଼ିି କର୍ମୀଙ୍କ ଉପରେ ଲଦିବା ଫଳରେ ଆଇସିଡିଏସର ମୂଳ ଲକ୍ଷ ଶିଶୁ ଓ ମାତୃ ମୃତ୍ୟୁହାର ନିୟନ୍ତ୍ରଣ ପାଇଁ ପୁଷ୍ଟିହୀନତା ଦୂରୀକରଣ କ୍ଷେତ୍ରରେ ଭୁଲ ସରକାରୀ ନୀତି ହିଁ ଦାୟୀ ବୋଲି ସଂଘ ଅଭିଯୋଗ କରିଅଛି । ପୁଷ୍ଟିହୀନତା ନିୟନ୍ତ୍ରଣର ମୁଖ୍ୟ ଗରମ ରନ୍ଧା ଖାଦ୍ୟ ରୋଷେଇ ପାଇଁ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିଚାଲିଥିଲେ ବି ସରକାର ନିଦା ବିଷ୍ଣୁ, ସବୁ ଶୁଣି, ସବୁ ଦେଖି ନଦେଖିବାର ଅଭିନୟରେ ସରକାର ମାହିର । ଖାଦ୍ୟର ଗୁଣ, ମାନ ଓ ପରିମାଣ ସମ୍ପର୍କରେ କେନ୍ଦ୍ରରେ ବୋର୍ଡ଼ ଟଙ୍ଗାଇ, ମୂଲ୍ୟବୃଦ୍ଧି ପରେ ବଜାର ଦର ଅନୁସାରେ ସଂଶୋଧିତ ମୂଲ୍ୟ ନଦେବା ଫଳରେ ଏହି ମହିଳା ସ୍କିମ ୱାର୍କରମାନଙ୍କୁ ସରକାର ଲୋକ ଚକ୍ଷୁରେ ନିନ୍ଦିତ ଓ ଭର୍ତ୍ସିତ କରାଉଛନ୍ତି । ଅପରପକ୍ଷରେ ନିର୍ଭୟା ଆଇନ ଥିଲେବି ମହିଳା ସ୍କିମ ୱାର୍କରଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟରେ ନିୟମ ପ୍ରଣୟନ ହୋଇ ନାହିଁ । ସ୍କିମ ୱାର୍କରମାନଙ୍କୁ ୱାର୍କର ମାନ୍ୟତା ପାଇଁ ଭାରତୀୟ ଶ୍ରମ ସମ୍ମିଳନୀ ଏହାର ୪୫ ଓ ୪୬ତମ ସୁପାରିଶ କରିଥିଲେବି ଏହାକୁ ସରକାର କାର୍ଯ୍ୟକାରୀ ନକରିବା ଫଳରେ ମହିଳା ସ୍କିମ ଓବାର୍କରମାନେ ସାମାଜିକ ସୁରକ୍ଷାରୁ ବଞ୍ôଚତ ହେଉଛନ୍ତି । ତେଣୁ ଅଙ୍ଗନୱାଡ଼ି କର୍ମୀଙ୍କ ଉପରେ ଆକ୍ରମଣକାରୀ କଂଗାରୁ କୋର୍ଟର ସମସ୍ତ ଅପରାଧୀଙ୍କୁ ଗିରଫ ଓ କଠୋର ଦଣ୍ଡ ବିଧାନ, ମହିଳା ସ୍କିମ୍ ୱାର୍କରମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା, ଆଇସିଡିଏସ ୬ସୂତ୍ରୀ କାର୍ଯ୍ୟକ୍ରମ ବ୍ୟତିତ ଅନ୍ୟ କାର୍ଯ୍ୟ ଲଦିବା ବନ୍ଦ କରିବା, ଏସ୍ଏନପି ସାମଗ୍ରୀ ପାଇଁ ବଜାର ଦରରେ ଅର୍ଥ ମଞ୍ଜୁରୀ କରିବା, ସ୍କିମ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ପାଇଁ କଠୋର ନିର୍ଭୟା ନିୟମ ପ୍ରଣୟନ, ମହିଳାମାନଙ୍କୁ ନିନ୍ଦିତ କରିବାର ସରକାରୀ ତୃଟିଯୁକ୍ତ ବ୍ୟବସ୍ଥା ପରିବର୍ତ୍ତନ ଦାବିରେ ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘ ପକ୍ଷରୁ ୩୦ ସେପ୍ଟେମ୍ବର ଜିଲ୍ଲା ବ୍ୟାପୀ ଆନ୍ଦୋଳନର ଆହ୍ୱାନ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆଜି ନିଖିଳ ଓଡିଶା ଅଙ୍ଗନୱାଡ଼ି କର୍ମୀ ସଂଘର ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ଜିଲ୍ଲା ସଭାପତି ପ୍ରତିଭା ପାଲ, ଜିଲ୍ଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ଦାସ, ସୁଷମା ପାତ୍ର, ନିର୍ବାସିନୀ ପ୍ରଧାନ, ପୂର୍ଣ୍ଣିମା ଦେ, ଭାରତୀ ନାୟକ, ମାନିନୀ ଆଚାର୍ଯ୍ୟ, ପୂର୍ଣ୍ଣିମା ସାହୁ, ପ୍ରତିଭା ନାୟକ, ପଙ୍କଜିନୀ ରାଉତ, ରାଜଶ୍ରୀ ସାହୁ, ନିୟତି ସାହୁ, ନିଶାମଣି ନାୟକ, ସଂଯୁକ୍ତା ସିଂହ, ମୀନାରାଣୀ ଜେନା ପ୍ରମୁଖ ଅଙ୍ଗନୱାଡ଼ି କର୍ମୀଙ୍କ ସମସ୍ୟା ନେଇ ଉଦ୍ବୋଧନ ଦେଇଥିଲେ ।