ଉପାଧ୍ଯକ୍ଷା ପାୟଲ ଫୁଲବାଣୀ ପୌରାଅଧ୍ଯକ୍ଷା ଦାୟିତ୍ବ ନେଲେ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟୀତ୍ବ ଗ୍ରହଣ କରିଛନ୍ତି । ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ତାବ କାୟମ ରହିବା ଯୋଗୁଁ ପୁର୍ବତନ ପୌରାଧ୍ଯକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ତାଙ୍କ ପଦବୀ ହରାଇଛନ୍ତି । ଫଳରେ ପୌରପରିଷଦର ନିୟମ ଅନୁସାରେ ଉପାଧ୍ଯକ୍ଷା ଅଧ୍ଯକ୍ଷା ହୋଇଛନ୍ତି । ଗତ ୨୧ ତାରିଖରେ କନ୍ଧମାଳ ଜିଲ୍ଲାପାଳ ତାଙ୍କୁ ଓଡିଶା ମୁନିସିପାଲିଟି ଆକ୍ଟ-୮୯ (ଏ) ୧୯୫୦ ଅନୁସାରେ ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଭାବରେ ସମସ୍ତ ଆନୁଷ୍ଠାନିକ ସୁବିଧା ଏବଂ ଅଧିକାର ପ୍ରଦାନ କରିବାକୁ ଏକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଆଜି ତାଙ୍କୁ ପୌରପରିଷଦ ପକ୍ଷରୁ ଆନୁଷ୍ଠାନିକ ଭାବରେ ପୌରାଧ୍ଯକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିପାଇଁ ତାଙ୍କ ନିକଟକୁ ପୌରାଂଚଳର ସମସ୍ତ କାଉନସିଲର ମାନଙ୍କ ନିକଟରୁ ଓ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଛାର ସୁଅ ଛୁଟିଛି । ସୁଚନାଯୋଗ୍ୟ ପୁର୍ବତନ ପୌରାଧ୍ଯକ୍ଷାଙ୍କ ବିପକ୍ଷରେ ଫୁଲବାଣୀ ପୌରାଂଚଳର ସମସ୍ତ ୧୩ଟି ୱାର୍ଡର କାଉନସିଲର ମାନଙ୍କ ମଧ୍ୟରୁ ୧୧ ଜଣ ଅନାସ୍ଥା ପ୍ରସ୍ତାବ ଆଣି ଜିଲ୍ଲାପାଳଙ୍କୁ ଚିଠି ଜରିଆରେ ଜଣାଇଥିଲେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ଆଲୋଚନା କରାଯିବା ସହିତ ଆନାସ୍ଥା ଭୋଟ ଗ୍ରହଣ କରାଯାଇଥିଲା । ଭୋଟରେ ସମୁଦାୟ ୧୧ ଜଣ ଅଂଶଗ୍ରହଣ କରଥିବା ବେଳେ ସେଥୂରୁ ଗୋଟିଏ ଭୋଟନାକଚ ହୋଇ ଅନ୍ୟ ୧୦ ଟି ଭୋଟ ଅନାସ୍ଥା ପ୍ରସ୍ଥାବ ସପକ୍ଷରେ ଯାଇଥିଲା । ଫଳରେ ପୁର୍ବତନ ପୌରାଧ୍ଯକ୍ଷା ତାଙ୍କର ପଦବୀ ହରାଇବା ସହିତ ଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ମୁନିସିପାଲିଟିର ଆଇନ ଅନୁଯାଇୟୀ ଅଧ୍ୟକ୍ଷା ପଦବୀ ପାଇଁ ଯୋଗ୍ୟ ହୋଇଯାଇଥିଲେ । ଜିଲ୍ଲାପାଳଙ୍କ ଚିଠି ମିଳିବା ପରେ ସେ ଆନୁଷ୍ଠାନିକ ଭାବରେ ଏହି ଦାୟୀତ୍ୱରେ ଅଧିଷ୍ଠିତ ହୋଇଛନ୍ତି । ତେବେ ଏହି ଅବଧିର ଅସ୍ଥିରତା ମଧ୍ଯରେ ଫୁଲବାଣୀ ପୌରାଂଚଳରେ ହୋଇଥିବା ଉନ୍ନୟନର ସ୍ଥିରାବସ୍ଥାକୁ ତୁରନ୍ତ ଗତିଶୀଳ କରିବେ ବୋଲି ପାୟଲ ବେହେରା ପ୍ରକାଶ କରିଛନ୍ତି ।