ସୂର୍ଯ୍ୟମନ୍ଦିର ତଳୁ ପ୍ରାଚିନ କିର୍ତିରାଜି ସନ୍ଧାନ ସରିଲା ସର୍ଭେ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସୂର୍ଯ୍ୟମନ୍ଦିର ଜିପିଆର ସର୍ଭେ କାର୍ଯ୍ୟ ମଙ୍ଗଳବାର ଶେଷ ହୋଇଛି। ମନ୍ଦିର ଉତ୍ତର,ପୂର୍ବ ଓ ଦକ୍ଷିଣ ପାଶ୍ୱର୍ରେ ରେଡ଼ିଓ ଓ୍ବେବ ସାହାଯ୍ୟରେ ୧୫ମିଟର ଭୁତଳକୁ ସ୍କାନି କରାଯାଇଥିଲା। ମାଟି ତଳେ ଦୁଇ ତିନୋଟି ସ୍ଥାନରେ ପ୍ରାଚୀନ କିର୍ତିରାଜି ଥିବାର ସନ୍ଧାନ ମିଳିବା ପରେ ନିର୍ଦ୍ଧିଷ୍ଠ ଏକ ସ୍ଥାନରେ ଏ ଏସ ଆଇ ପକ୍ଷରୁ ଅଗର ମେସିନ ସାହାଯ୍ୟରେ ଡ୍ରିଲିଂ କାର୍ଯ୍ୟ କରାଯାଇଛି । ଡ୍ରିଲିଂ ବେଳେ ନିର୍ଦ୍ଧିଷ୍ଟ କେତେ ଗଭୀରରେ କୌଣସି ଢାଞ୍ଚାର ସ୍ଥିତି ଜଣାପଡିଲେ ସେହି ଅନୁସାରେ ସେହି ସ୍ଥାନଗୁଡିକରେ ଖନନ କାର୍ଯ୍ୟ କରାଯିବ । ସୂର୍ଯ୍ୟମନ୍ଦିର ଚତୁଃପାର୍ଶ୍ଵରେ ବହୁ ପୁରାତନ କୀର୍ତ୍ତିରାଜି ପୋତି ହୋଇ ରହିଥିବା ସର୍ଭେ ସମୟରେ ଜଣାପଡିଥିଲା। ଏହି ପୁରାତନ କୀର୍ତ୍ତିରାଜୀ ଗୁଡ଼ିକୁ ଖୋଳି ବାହାର କରିବା ପାଇଁ ଏସଆଇ ଓ ଏନଜିଆରଆଇ ପକ୍ଷରୁ ସୋମବାର ଜାତୀୟ ଭୂ- ଭୈତିକ ଗବେଷଣା ସଂସ୍ଥା(ଏନଜିଆରଆଇ)ର ଏକ ଟୀମ,ଏଏସଆଇ ବିଭାଗ ମିଳିତ ଭାବେ ଜିପିଆର ସର୍ଭେ ଆରମ୍ଭ କରିଥିଲେ। ଭାରତୀୟ ପୁରାତତ୍ବ ସର୍ବେକ୍ଷଣ ପୁରୀ ମଣ୍ଡଳ ଅଧିକ୍ଷଣ ପୁରାତତ୍ବବିଦ ଡା.ଡି ବି ଗଡ଼ନାୟକଙ୍କ ତତ୍ବାବଧାନରେ ମନ୍ଦିର ସମ୍ମୁଖସ୍ଥ ଶହେ ଫୁଟ ଓ ଶହେ ଫୁଟରେ ସର୍ଭେ ହୋଇଥିଲା। ପ୍ରାୟ ୫ ଘଣ୍ଟାରୁ ଅଧିକ ସମୟ ହେବ କେତେ ଗଭୀରତାରେ କେଉଁ ଅବସ୍ଥାରେ ମୂର୍ତ୍ତି ଗୁଡିକ ଅଛି ତାହାକୁ ବାହାର କରିବା ପାଇଁ ସତର୍କତା ଅବଲମ୍ବନ କରାଯାଉଛି। ଦୁଇଟି ଯାଗାରେ ବାଲି ତଳେ ମୂର୍ତ୍ତି ରହିଥିବା ଜଣାପଡିଛି। ଏହି ସର୍ଭେ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଭୁତତ୍ବବିଦ ମାନସ ରଞ୍ଜନ ସ୍ବାଇଁ,ଡେପୁଟି ସୁପରିଟେଡେଣ୍ଟ ଚିତ୍ତରଞ୍ଜନ ଦାଶ,ଏନଜିଆରଆଇର ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂର୍ଯ୍ୟମନ୍ଦିର ବାହାରେ ପାର୍ଶ୍ବରେ ଦୁଇ ଦିନ ହେଲା ଜିପିଆର ସର୍ଭେ ସରିଛି। ବାଲି ତଳେ ପ୍ରାଚୀନ ଢାଞ୍ଚା ରହିଥିବା ଜଣାପଡିଛି। ଅନୁମତି ମିଳିଲେ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ଅଧିକ୍ଷଣ ପୁରାତତ୍ବବିଦ ଶ୍ରୀଗଡନାୟକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ