ଆବାସ ଯୋଜନାରୁ ବଞ୍ଚିତ ଭିନ୍ନକ୍ଷମ ଖଗେଶ୍ଵରଙ୍କ ପରିବାର

ହାଟଡିହି, (ବିକାଶ ବିଶ୍ୱାଳ):ଆବାସ ଯୋଜନାରୁ ବଞ୍ଚିତ ହୋଇ ଜଣେ ଭିନ୍ନକ୍ଷମ ପରିବାର ନାନା ଅସୁବିଧାରେ କାଳାତିପାତ କରୁଛନ୍ତି। ୩ ବର୍ଷ ହେଲା ଆବାସ ଯୋଜନା ଘର ଖଣ୍ଡିଏ ପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦୌଡି ଦୌଡି ନିରାଶ ହେବାକୁ ପଡିଛି ବୋଲି ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାଇ ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ବେରୁଣପଦୀ ଗ୍ରାମର ମଥୁରା ଜେନା ଜଣେ ଗରିବ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ପୁଅ ଖଗେଶ୍ଵର ଜେନା ଜଣେ ଦୃଷ୍ଟିହୀନ ଭିନ୍ନକ୍ଷମ ଯୁବକ । ତାଙ୍କ ପରିବାରର ୪ଜଣ ସଦସ୍ୟ ଥିବାବେଳେ ଗୋଟିଏ ଭଙ୍ଗା ଚାଳଘରେ ବସବାସ କରୁଛନ୍ତି। ପଞ୍ଚାୟତରଶହ ଶହ ଲୋକ ଆବାସ ଯୋଜନାରେ ଘର ପାଇଥିବା ବେଳେ ଖଗେଶ୍ଵରଙ୍କ ପରିବାର ଘର ଖଣ୍ଡିଏ ପାଇବା ପାଇଁ ଅନେକଥର ଆବେଦନ କରି ବିଫଳ ହୋଇଛନ୍ତି। ସରପଞ୍ଚଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସବୁଠି ଯାଇ ଗୁହାରୀ କରିଥିଲେ ବି ସମସ୍ତେ ତଦନ୍ତ କରି ବାସଗୃହ ଯୋଗାଇ ଦେବାକୁ ପ୍ରତିଶୃତି ଦେଉଥିଲେ ବି କେହି ତଦନ୍ତ ପାଇଁ ଯାଇନଥିବା ଖଗେଶ୍ଵର ଅଭିଯୋଗ କରିଛନ୍ତି। ପ୍ରଶାସନ ଏନେଇ ପଦକ୍ଷେପ ନେବାକୁ ଖଗେଶ୍ୱର ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ