ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ସମ୍ବର୍ଦ୍ଧନା

ଗୁଣପୁର(ୱାଇଏନଏସ) : ଗୁଣପୁରର ପୂର୍ବତନ ଉପଜିଲ୍ଲାପାଳ ଚିନ୍ମୟ ବସୁଙ୍କୁ ତାଙ୍କର ମହତ୍ ସେବା ଓ ଅବଦାନ ପାଇଁ ଦୀର୍ଘ ୪୬ ବର୍ଷ ପରେ ଗୁଣପୁରବାସୀଙ୍କ ତରଫରୁ  ତାଙ୍କ କୋଲକାତା ସ୍ଥିତ ବାସଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ତାଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଜିଆଇସିଏମଏସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାହର ଦାଶ, ବିଟସ ଇଂଜିନିୟରିଂ କଲେଜର ଅଧ୍ୟକ୍ଷ  ଲାଡି ଗୋପାଳ ରାଓ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ବସୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।  ସୂଚନାଯୋଗ୍ୟ ଯେ, ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟା ସମୟରେ ଗୁଣପୁର ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଥିଲା। ସେହି କଠିନ ସମୟରେ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ବସୁ ଯେଉଁ ସାହସିକତା, ନିଷ୍ଠା ଓ ମାନବିକତାର ପରିଚୟ ଦେଇଥିଲେ, ତାହାକୁ ଗୁଣପୁରବାସୀ ଆଜି ବି ଭୁଲିନାହାନ୍ତି। ସେ ସ୍ଥାନୀୟ ଯୁବ ଗୋଷ୍ଠୀ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ରାମକୃଷ୍ଣ ମିଶନ ଏବଂ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନକୁ ଏକାଠି କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସଫଳ କରିଥିଲେ ଏବଂ ହଜାର ହଜାର ବନ୍ୟା ପୀଡ଼ିତଙ୍କ ଜୀବନ ବଞ୍ଚାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ