ଠିକାଦାର ସଂଘର ବୈଠକ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ପାଇକସାହିସ୍ଥିତ ଶିରିଡି ସାଇ ମନ୍ଦିର ପରିସରରେ ସୋମବାର ମୁନିଗୁଡା ଠିକାଦାର ସଂଘର ଏକ ଜରୁରୀ ଆଲୋଚନା ଓ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନିଲ କୁମାର ତାରିଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ନୂତନ କାର୍ଯ୍ୟକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଅଜିତ କୁମାର ବେହେରା, ଉପ ସଭାପତି ଭାବେ ଅର୍ଜୁନ ନାୟକ, ସମ୍ପାଦକ ଭାବେ ଦକ୍ଷ କରକରିଆ ଓ କୋଷାଧକ୍ଷ ଭାବେ କେ. ସନ୍ତୋଷ କୁମାର ପାତ୍ର(ନରେଶ)ଙ୍କୁ ଚୟନ କରାଯାଇଥିଲା। ଏହି ବୈଠକରେ ବ୍ଲକ୍ର ସମସ୍ତ ବିକାଶମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ଠିକାଦାର ମାନଙ୍କ ସ୍ୱାର୍ଥ ରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ବୈଠକର ନିଷ୍ପଭି ଅନୁଯାୟୀ ମୁନିଗୁଡା ବ୍ଲକ୍ରେ ଚାଲିଥିବା ଯେକୌଣସି ସରକାରୀ ବିଭାଗ କିମ୍ଭା ଲାଇନ୍ ଡିପାର୍ଟମେଣ୍ଟର ନିର୍ମାଣ ଓ ଉନ୍ନୟନମୂଳକ କାର୍ଯ୍ୟରେ ଅନ୍ୟ କୌଣସି ବ୍ଲକର ଠିକାଦାର ଅଂଶଗ୍ରହଣ କରିପାରିବେ ନାହିଁ। ତେବେ ମୁନିଗୁଡାର ଯେକୌଣସି କାର୍ଯ୍ୟକୁ ବାହାର ବ୍ଲକ୍ର ଠିକାଦାର ମାନେ ଆବେଦନ ନକରିବାକୁ ସଂଘ ପକ୍ଷରୁ ଅନୁରୋଧ କରାଯାଉଛି। ବାହାର ବ୍ଲକ୍ର ଠିକାଦାର ମାନେ ଅଂଶଗ୍ରହଣ କରିବା ଦ୍ଵାରା ମୁନିଗୁଡାର ଠିକାଦାର ମାନେ ରୋଜଗାରରୁ ବଞ୍ଚିତ ହେଉଛନ୍ତି ବୋଲି ସଂଘର କର୍ମକର୍ତ୍ତା ମାନେ ପ୍ରକାଶ କରିବା ସହ କାର୍ଯ୍ୟର ସୂଚାରୁ ସମ୍ପାଦନ ଓ ଗୁଣବତ୍ତା ବଜାୟ ରଖୁବା ପାଇଁ ଠିକାଦାର ମାନଙ୍କୁ ପ୍ରାଥମିକତା ନିହାତି ଆବଶ୍ୟକ ରହିବ ବୋଲି ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡାର ରତନଲାଲ ଜୈନ,ପ୍ରଶାନ୍ତ ମାଦଳା,କାହ୍ନା ବେହେରା, ଅଶ୍ୱିନୀ ବୁବୁନା ବେହେରା,ସୁବଳ ନାଗ, ଏମଡି.ଇମରାନ,ପିଙ୍କୁ ଶତପଥି,ମୋହିନ, ରବିନ୍ଦ୍ର ସାହୁ,ଲୁଲୁ ହିଆଲ,ଅଶୋକ କୁଲଦୀପ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଠିକାଦାର ମାନେ ଉପସ୍ଥିତ ରହି ବୈଠକରେ ଅଂଶ ଗ୍ରହଣ କରିଥିଲେ।


