ଆଦର୍ଶ ଗାଁରେ ଡ଼େଙ୍ଗୁ ଆତଙ୍କ

ହାଟଡିହି, (ବିକାଶ ବିଶ୍ୱାଳ):ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ଆଦର୍ଶ ଗାଁ, ଏଥିପାଇଁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ଲକ୍ଷ ଲକ୍ଷ ଟଙ୍କା। ହେଲେ ଏବେ ଗାଁରେ ଦେଖା ଦେଇଛି ଡ଼େଙ୍ଗୁ ଆତଙ୍କ । ଏପରି ଦେଖିବାକୁ ମିଳିଛି ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ବଳଭଦ୍ରପୁର ଗାଁରେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁ ନିକଟରେ ଥିବା ମା ଥାନପତି ମନ୍ଦିରକୁ ପ୍ରତିଦିନ ଆଖ ପାଖ ୪ଟି ଗ୍ରାମର ଲୋକମାନେ ପୂଜାର୍ଚ୍ଚନା ପାଇଁ ଆସିଥାନ୍ତି। ପାଖରେ ମଧ୍ୟ ଏକ କ୍ଲବ ଘର ରହିଛି। କିନ୍ତୁ ସମୁଖରେ ଏବେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି। ଦୀର୍ଘ ଦିନ ଧରି ପାଣି ରହିବା ଫଳରେ ଏକ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପାଣି ଚାରିପଟେ ଅନେକ ଲୋକଙ୍କ ବାସଗୃହ ଥିବାରୁ ଡ଼େଙ୍ଗୁ ଆତଙ୍କ ଦେଖା ଦେଇଛି। ପାଖରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଡ୍ରେନ ନିର୍ମାଣ ହୋଇଥିଲେ ବିି ପାଣି ନିସ୍କାସନ ହୋଇପାରୁ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ପୂର୍ବତନ ସମିତି ସଭ୍ୟ ପ୍ୟାରୀ ମୋହନ ମଲ୍ଲିକ, ପ୍ରଫୁଲ ଯେନା, ଉମାକାନ୍ତ ଯେନା, ଦୀନବନ୍ଧୁ ପଣ୍ଡା, ଅଜୟ ଯେନା, ଅଲେଖ ଯେନା, କୈଳାଶ ଯେନା, ଚୈତନ ଯେନା, ଦାମୋଦର ଯେନା, ଗୋପାଳ ଯେନା, ଲିଟୁରାମ ଯେନା, ରୁଦ୍ରନାରାୟଣ ଯେନା, କାଳନ୍ଦୀ ଯେନା, ସମିର ଯେନା ପ୍ରମୁଖ ଅଭିଯୋଗ କରିଛନ୍ତି। ହାଟଡିହି ବ୍ଲକର ବିଡିଓ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ