ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲା ଓଷ୍ଟାର କାର୍ଯ୍ୟକାରିଣୀ ସଭ୍ୟ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଓ ଓଷ୍ଟାର ଜିଲ୍ଲା ଯୁଗ୍ମ ସମ୍ପାଦକ ପ୍ରଣବ କୁମାର ଜେନା ମୁଖ୍ୟବକ୍ତା ଓ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ମଧ୍ୟରେ କ୍ରୀଡା ନୈପୁଣ୍ୟତା ବୃଦ୍ଧି ସହିତ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଲତା ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଖଗେଶ୍ୱର ମଲ୍ଲ ସ୍ୱାଗତ ଭାଷଣ ପ୍ରଦାନ ଓ ଶିକ୍ଷକ ନାରାୟଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଚମ୍ପିୟନ ହୋଇଥିବା ଛାତ୍ରୀ ଶୁଭଶ୍ରୀ କର, ସଂଗୀତରେ ପ୍ରଥମ ହୋଇଥିବା ପ୍ରାଚି ପ୍ରିୟଦର୍ଶିନୀ ଲେଙ୍କା, ନୃତ୍ୟରେ ପ୍ରଥମ ହୋଇଥିବା ଜ୍ୟୋତିର୍ମୟୀ ଜେନାଙ୍କ ସମେତ ଏକଶହ ମିଟର ଦୈାଡ, ଦୁଇଶହ ମିଟର ଦୈାଡ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଏକକ ଅଭିନୟ, ମ୍ୟୁଜିକ ଚେୟାର, ସୋଲ ସଙ୍ଗ ପ୍ରଭୃତି ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବୀତରଣ କରାଯାଇଥିଲା । କ୍ରୀଡା ଶିକ୍ଷୟତ୍ରୀ ମୀନତି ସ୍ୱାଇଁ ପ୍ରତିଯୋଗୀତା ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ବିଜୟରଶ୍ମୀ ମହାପାତ୍ର, ସାବିତ୍ରୀ ସାମଲ, ପ୍ରଭାତ ନଳିନୀ ଦାସ, ସରୋଜୀନି ସ୍ୱାଇଁ,ସୁନାକର ରାଉତ, ସତ୍ୟପ୍ରୀୟ ଦାସ, ଗୋକୁଳାନନ୍ଦ ବେହେରା, ସଂଯୁକ୍ତା ସ୍ୱାଇଁ, ବ୍ରଜକିଶୋର ଦାସ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ