ସୁନା ଚେନ୍ ଓ ମୋବାଇଲ ଲୁଟି ନେଲେ ଦୁର୍ବୃତ୍ତ      

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲିି ଗ୍ରାମର ଏଲ.ବିପିନ ରେଡ୍ଡୀ ଙ୍କ ନିକଟରୁ ତାଙ୍କ ସୁନାଚେନ ଏବଂ ମୋବାଇଲ ଫୋନ ଲୁଟି ନେଇଛନ୍ତି ୩ ଦୁର୍ବୃତ୍ତ। ସେ ପଦ୍ମନାଭପୁର – ଉଜ୍ଜଳେଶ୍ୱର ମନ୍ଦିର ରାସ୍ତା ରେ ବାଇକ ଯୋଗେ ଝିଅ କୁ ନେଇ ଫେରୁଥିବା ବେଳେ ଲୁଟ୍ ଘଟଣା ଘଟିଛି। ଏନେଇ ବିପିନ ଏତଲା ଦେବାପରେ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୪୦୦/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିବାସହ ନିଜେ ମକଦ୍ଦମାର ତଦନ୍ତଭାର ନେଇଥିବା ଜଣାପଡିଛି।ଗତ ସୋମବାର ସନ୍ଧ୍ୟା ପ୍ରାୟ ୬ ଟାରେ ବିପିନ ଉଜ୍ଜଳେଶ୍ଵର ରୁ ପଦ୍ମନାଭପୁର ଯାଉଥିବା ବେଳେ ନିଛାଟିଆ ରାସ୍ତାରେ ଏକ କଳାରଙ୍ଗର ବାଇକ ଯୋଗେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ରାସ୍ତାରେ ଅଟକାଇଥିଲେ। ପରେ ଜଣେ ଦୁର୍ବୃତ୍ତ ତାଙ୍କ ସାର୍ଟ କଲର ଧରି ଟଣାଓଟରା କରିବା ସହ ସେ ବେକରେ ପିନ୍ଧିଥିବା ସୁନା ଚେନ ଏବଂ ସାର୍ଟ ପକେଟ ରେ ଥିବା ମୋବାଇଲ ଫୋନ କୁ ଜବରଦସ୍ତ ଛଡାଇ ବାଇକ ଯୋଗେ ଚମ୍ପଟ ମାରିଥିଲେ।ଘଟଣାର ପରଦିନ ସେ ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ