ଅନନ୍ୟାଙ୍କ ସ୍ୱପ୍ନ ହେଲା ପୂରଣ
ମୁମ୍ବାଇ : ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର-୨’ରୁ ବଲିଉଡ୍ରେ ଡେବ୍ୟୁ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଖୁସି କହିଲେ ନସରେ । ବଲିଉଡ୍ରେ ତାଙ୍କ ଅଭିନୟର ଯାଦୁ ଖୁବ୍ କମ୍ ଦିନ ମଧ୍ୟରେ ଚାଲିଥିଲା ବେଳେ ତାଙ୍କ ଫିଲ୍ମ ‘ପତି ପତ୍ନୀ ଔର ୱହ’ ବକ୍ସଅଫିସ୍ରେ ଭଲ କମାଲ ମଧ୍ୟ କରିଛି । ହେଲେ ଅନନ୍ୟାଙ୍କ ଖୁସିର ରାଜ କ’ଣ ଜାଣନ୍ତି । ଶୁଣିବାକୁ ମିଳିଛି ଯେ, ଅନନ୍ୟାଙ୍କ ପିଲା ବେଳର ସ୍ୱପ୍ନ ବର୍ତ୍ତମାନ ପୂରଣ ହେବାକୁ ଯାଉଛି । ତାଙ୍କ ଅପ୍କମିଂ ପ୍ରୋଜେକ୍ଟରେ ସେ ଦୀପିକା ପାଦୁକୋଣଙ୍କ ସହ ସ୍କ୍ରୀନ୍ ସେୟାର୍ କରିବାକୁ ଯାଉଛନ୍ତି । ଏଥିରେ ସିଦ୍ଧାନ୍ତ ଚତୁର୍ବେଦୀ ମଧ୍ୟ ଅଛନ୍ତି । ଅନନ୍ୟାଙ୍କ କହିବା ମୁତାବକ, ଦୀପିକାଙ୍କ ସହ କାମ କରିବା ଲାଗି ଅନନ୍ୟା ପିଲାବେଳୁ ସ୍ୱପ୍ନ ଦେଖିଥିଲେ । ଏଥିଲାଗି ଅନନ୍ୟା ବେଶ୍ ଖୁସି ଥିବା ସହ ଫିଲ୍ମର ସୁଟିଂ ଲାଗି ସେ ବ୍ୟଗ୍ରତାର ସହ ଅପେକ୍ଷା କରିଥିବା କହିଛନ୍ତି । କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ ଦ୍ୱାରା ଏହି ଫିଲ୍ମକୁ ପ୍ରଡ୍ୟୁସ୍ କରାଯିବାର ସୂଚନା ରହିଛି । ତେବେ ଫିଲ୍ମର ଏପର୍ଯ୍ୟନ୍ତ ନାମକରଣ ହୋଇନଥିବା ବେଳେ ଶୁକୁନ୍ ବାତ୍ରା ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳୁଛନ୍ତି । ଏହି ଫିଲ୍ମଟି ଭିନ୍ନ ଜୋନ୍ର ଫିଲ୍ମ ହୋଇଥିଲା ବେଳେ ଏହାର କିଛି ଭାଗ ରୋମାଣ୍ଟିକ୍ ବୋଲି ଅନନ୍ୟା କହିଛନ୍ତି । ଅନନ୍ୟାଙ୍କ ଅପ୍କମିଂ ପ୍ରୋଜେକ୍ଟ କଥା କହିବାକୁ ଗଲେ ସେ ‘ଖାଲି ପିଲି’ ରେ ଅଭିନୟ କରୁଛନ୍ତି । ମକ୍ବୁଲ ଖାନ୍ଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳୁଛନ୍ତି ଅଲି ଅବାସ୍ ଜାଫର୍ । ଏଥିରେ ପ୍ରଥମ ଥର ଲାଗି ଅନନ୍ୟାଙ୍କ ଅପୋଜିଟ୍ ଇଶାନ୍ ଖଟ୍ଟରଙ୍କୁ ଏକାଠି ଦେଖିବାକୁ ମିଳିବ ।


