କୋରୁଅରେ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅ ଗ୍ରାମରେ ଶ୍ରୀରାମ ଚରିତ ମାନସ ପାରାୟଣ ଅନୁଷ୍ଠିତ ହେଉଅଛି । ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନଅଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଗୋବରୀ ନଦୀରୁ ଜଳପୂର୍ଣ୍ଣ କଳସ ଅଣାଯାଇ ପୀଠରେ ସ୍ଥାପନ କରାଯାଇ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଏଥିରେ ସୂର୍ଯ୍ୟପୂକା ସହିତ ବହୁମୂଖୀ ହନୁମାନ ଚାଳିଶା, ଶ୍ରୀରାମ ରଚିତ ମାନସ ଆଦି ପାଠ କରାଯାଉଛି । ଏଥିରେ ପାରାୟଣ ପାଠକ ଭାବେ ଗୁନାକର ଦଳାଇ,ଅମୁଲି ସେନାପତି, ମାଗୁଣୀ ବେହେରା, ପୁରୁଷୋତମ ପାଳ, ଅକ୍ଷୟ ବେହେରା, ପପୁ ନାୟକ ଓ ଗ୍ରାମର ସଂର୍କିତନ ମଣ୍ଡଳୀ ଆଦି ପଠନ କରୁଛନ୍ତି । ପ୍ରତ୍ୟେହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବା ସହିତ ବଡ ପରଦାରେ ପାରାୟଣର ଚଳଚିତ୍ର ପ୍ରଦର୍ଶିତ କରାଯାଉଛି । ଗ୍ରାମର ଜନସାଧାରଣ ପାରାୟଣ ଶ୍ରବଣ କରିବା ସହିତ ଚଳଚିତ୍ର ଦେଖୁଛନ୍ତି । ଏହି କାର୍ଯ୍ୟକ୍ରମରେ କର୍ତା ଭାବେ ଉଲ୍ଲାସ ନାୟକ ଦାୟିତ୍ୱରେ ରହିଥିବା ବେଳେ ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ସାଂସ୍କୃତିକ ପରିଷଦ ଓ କୋରୁଅ ଗ୍ରାମବାସୀମାନେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ