ଗୋବରାରେ ମାଆ ଶ୍ୟାମାକାଳୀ ପୂଜା

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ବ୍ଳକ୍ ଗୋବରା. ମୁଖ୍ୟ ସଡ଼କରେ ଧୂମଧାମରେ ଚାଲିଛି ମାଆ ଶ୍ୟାମାକାଳୀଙ୍କ ପୂଜା I ଏହି ପୂଜା ଦେଖିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ପ୍ରତିଦିନ ସନ୍ଧ୍ୟାରେ ପ୍ରବଳ ଜନ ସମାଗମ ହେଉଥିବା ଦେଖିବାକୁ ମିଳୁଛି I ସେହିପରି ଦୋଳି, ସ୍ପ୍ରିଙ୍ଗ୍ ଜମ୍ପ ,ବେଲୁନ୍ କଣ୍ଢେଇରେ ଖେଳିବା ସହ ଖେଳଣା ଷ୍ଟଲରେ ଛୋଟ ଛୋଟ ଛୁଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି I ଗୋବରା ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଙ୍ଘ ଦ୍ୱାରା ଆୟୋଜିତ ଏହି ପୂଜା ଗତ 30 ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବା ସହ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପ୍ରସାଦ ବଣ୍ଟନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି Iମଙ୍ଗଳବାର ସନ୍ଧ୍ୟାରେ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଗାଙ୍ଗପୁର ଥାନା ଏସ୍ଆଇ,ଗୋବରା ସମିତିସଭ୍ୟ ବିଭୂପାଦ ଜେନା,ବାସୁଦେବପୁର ଆର୍.କେ ଗୃପ୍ ଅଧ୍ୟକ୍ଷ ଅରଜିତ୍ ଶତପଥି,ବେଲଗୁଣ୍ଠା ପ୍ରେସକ୍ଲବ ଉପସଭାପତି ପ୍ରଭାତ କୁମାର ସାହୁ, ବିପଦର ବନ୍ଧୁ ସାମାଜିକ ସଙ୍ଗଠନ ସଦସ୍ୟ ଅରକ୍ଷିତ ଭାଇ ପ୍ରମୁଖ ଯୋଗ ଦେଇଥିଲେ I ସ୍ଥାନୀୟ ନିଉ ବ୍ଲକ୍ ବ୍ଲଷ୍ଟର୍ ଗ୍ରୁପ୍ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଆର୍.କେ ଗ୍ରୁପ୍ ତରଫରୁ ପ୍ରସାଦ ବଣ୍ଟନ କରାଯାଇଥିଲା Iଏହି ଅବସରରେ ଶ୍ରୀ କପିଳେଶ୍ଵର ଯୁବକ ସଂଘ ତରଫରୁ ଓଡ଼ିଶା ଡ଼୍ରାଇଭର ମହାସଂଘ, ବେଲଗୁଣ୍ଠା ପ୍ରେସକ୍ଲବ, ବିପଦର ବନ୍ଧୁ ସାମାଜିକ ସଂଗଠନ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ଡାଙ୍କୁ ମାନପତ୍ର ଏବଂ ଉପଢ଼ୌକନ ପ୍ରଦାନ କରି ସମ୍ମାନିତ କରାଯାଇଛି I କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଗୁରୁବାର ଦିନ କରାଯିବ ବୋଲି ପୂଜା କମିଟି ସୂତ୍ରରୁ ପ୍ରକାଶ I
ଗାଙ୍ଗପୁର ଥାନା ଅଧିକାରୀ ରାଜେଶ୍ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ପୋଲିସ୍ ବାହିନୀ ପୂଜାରେ ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ନିୟନ୍ତ୍ରଣରେ ସହଯୋଗ କରୁଛନ୍ତି I
ଶ୍ରୀ କପିଳେଶ୍ଵର ଯୁବକ ସଂଘର ସମସ୍ତ ସଦସ୍ୟ, ଗୋବରା ଗ୍ରାମବାସୀ ଏବଂ ବାସୁଦେବପୁର ଗ୍ରାମବାସୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ