କଣ୍ଠଶିଳ୍ପୀ ମନ୍ଦିରା ବେହେରାଙ୍କ ଦେହାନ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ବରିଷ୍ଠ ଇଂଜିନିୟର ଶିବପ୍ରସାଦ ବେହେରାଙ୍କ ପତ୍ନୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଗୁରୁ ସୁକୁମାର ସାହୁଙ୍କ ଜ୍ୟେଷ୍ଠାକନ୍ୟା କଣ୍ଠଶିଳ୍ପୀ ମନ୍ଦିରା ବେହେରାଙ୍କର ଶନିବାର ଦିନ ମିର୍ଜା ପୋଖରୀ ନିକଟସ୍ଥ ବାସଗୃହରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘଦିନ ଧରି ଜରାଜନିତ ରୋଗରେ ପିଡ଼ିତ ଥିଲେ । ସେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ଓ ବନ୍ଧୁବତ୍ସଳ ମହିଳା ଭାବେ ସମସ୍ତଙ୍କର ଆଦରଣୀୟା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ପୁତ୍ର ସୌରଭ, ପୁତ୍ରବଧୂ ରେଖା, ଝିଅ ସୁଚରିତା, ଜ୍ୟୋଇଁ ବିଶ୍ୱର କୁମାର ନାୟକ ଓ ନାତିନାତୁଣି ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବରିଷ୍ଠ ରୋଟାରିୟାନ୍ ସୁବ୍ରତ୍ କର, ଅବସରପ୍ରାପ୍ତ ରାଜ୍ୟ କର୍ମଚାରୀ ସଂଘର ସଭାପତି ଇଂ. ବନମାଳୀ ନାୟକ, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ସମେତ, ଭୁବନାନନ୍ଦ ସାହୁ, ଭବେଶ ପଣ୍ଡା, ଇନ୍ତେକାବ୍ ଅଲ୍ଲୀ ଖାଁ, କର୍ଣ୍ଣେଲ୍ କ୍ଷେତ୍ରମୋହନ ମହାପାତ୍ର, ଜୟନ୍ତ ବେହେରା, ସଂଗ୍ରାମ ଦାସ ଓ ପ୍ରଣିତା ମିଶ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ଶେଷଦର୍ଶନ କରିଥିଲେ । ଅପରାହ୍ନରେ ତାଙ୍କ ମରଶରୀରକୁ ନୁଣିଆଯୋଡ଼ି ନିକଟସ୍ଥ ଶ୍ମଶାନରେ ଶେଷକୃତ୍ୟ କରାଯାଇଥିଲା । ଶ୍ରୀମତୀ ବେହେରାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ