ସିପିଆଇ ର ଶାଖା ସମ୍ମିଳନୀ ; ସ୍ଥାନୀୟ ସମସ୍ୟା ସମାଧାନ ଦାବୀ ରେ ଆନ୍ଦୋଳନ ନିଷ୍ପତ୍ତି

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଗଣିଆନାଳ ନିକଟ ମା ‘ ଖେମୁଣ୍ଡି କାଳୁଆ ମନ୍ଦିର ପ୍ରାଙ୍ଗଣରେ ରବିବାର ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ର ଗୋପାଳପୁର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମ୍ରେଡ ରମେଶ ଚନ୍ଦ୍ର ଭୁଁୟା ପାର୍ଟି ପତାକା ଉତ୍ତୋଳନ କରିଥିଲେ। କମ୍ରେଡ ପ୍ରମୋଦ ଭୁଁୟା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ କମ୍ରେଡ ବୃନ୍ଦାବନ ପଣ୍ଡା,ଦିଗପହଣ୍ଡି ଜୋନାଲ ସମ୍ପାଦକ କମ୍ରେଡ କିଶୋର କୁମାର ଶତପଥି ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି,ଦରଦାମ ବୃଦ୍ଧି ବେକାରୀ,ଦୁର୍ନୀତି,ସାମ୍ପ୍ରଦୟିକ ବିଦ୍ୱେଷ ବଢ଼ି ଚାଲିଥିବାରୁ ଦେଶର ଏକତା ଓ ଅଖଣ୍ଡତା କୁ କ୍ଷୁର୍ଣ୍ଣ କରୁଛି।ଲୋକଙ୍କ ମୂଳସମସ୍ୟା କୁ ଏଡ଼ାଇ ଦେଇ କେନ୍ଦ୍ର ଓ ରାଜ୍ୟ ସରକାର ଜାତି,ଧର୍ମ,ବର୍ଣ୍ଣ, ସମ୍ପ୍ରଦାୟ ନାଁ ରେ ବିଷମଞ୍ଜି ବୁଣି ଅରାଜକତା ସୃଷ୍ଟି କରୁଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଚଳିତବର୍ଷ ମରୁଡି ପରିସ୍ଥିତି ଯୋଗୁଁ ଚାଷୀ ଓ ବେକାର ଯୁବକ ମାନେ କାମଧନ୍ଦା ନପାଇ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟକୁ ଚାଲିଯାଉଥିବା ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସ୍ଥାନୀୟ ବେଲପତ୍ର ଘାଇ ଜଳସେଚନ ପ୍ରକଳ୍ପ ର ପୁନଃରୁଦ୍ଧାର,ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ,ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲୋକଙ୍କୁ କାମ ଯୋଗାଇଦେବା,ରାଜନୈତିକ ଉଦ୍ଦେଶ୍ୟ ନରଖି ସମସ୍ତ ଯୋଗ୍ୟ ମହିଳା ଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରିବା,ଅଧିକ ସଂଖ୍ୟାରେ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଯିବା ସହ ତୁରନ୍ତ ପଞ୍ଜିକୃତ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବା ପ୍ରଭୃତି ସ୍ଥାନୀୟ ସମସ୍ୟା ସମାଧାନ ଦାବୀରେ ପାର୍ଟି ପକ୍ଷରୁ ଆଗାମୀ ଦିନରେ ଦୁର୍ବାର ଆନ୍ଦୋଳନ କରିବାକୁ ସମ୍ମିଳନୀରେ ଆଗତ ପ୍ରସ୍ତାବ କୁ ସର୍ବସମ୍ମତ ଭାବେ ଗୃହୀତ କରାଯାଇଥିଲା।ଶେଷରେ ଆଗାମୀ ବର୍ଷ ପାଇଁ କମ୍ରେଡ ଲୋକନାଥ ବିଷୋୟୀ ଙ୍କୁ ପାର୍ଟିର ଶାଖା ସମ୍ପାଦକ, କମ୍ରେଡ ରମେଶ ଚନ୍ଦ୍ର ଭୁଁୟା ଏବଂ କମ୍ରେଡ ପ୍ରଦୀପ ପରିଡ଼ାଙ୍କୁ ସହ ସମ୍ପାଦକ ଭାବେ ପୁନଃ ନିର୍ବାଚିତ କରାଯାଇଥିଲା।ଏହି ସମ୍ମିଳନୀରେ କମ୍ରେଡ ପୁରୁଷୋତ୍ତମ ବେହେରା, କମ୍ରେଡ ଦଣ୍ଡପାଣି ସାହୁ,ମହିଳା ପ୍ରତିନିଧି ନମିତା ସ୍ବାଇଁ,ନମିତା ଗୌଡ଼,କବିତା ବିଷୋୟୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ