ବିଇଓ କାର୍ଯ୍ୟାଳୟ କର୍ମଚାରୀ ଓ ପ୍ରାଥମିକ ଶିକ୍ଷକ ସଂଘ ବୋରିଗୁମ୍ମା ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା
କୋରାପୁଟ,(ହେମନ୍ତ ପାଣଗ୍ରାହୀ): ଦୀର୍ଘ ଦିନ ର ଅବସାନ ପରେ ବାରମ୍ବାର ସଂଘ ର ନିବେଦନ ଓ ସମସ୍ତ ମିଡିଆ ରେ ପ୍ରଚାର ପ୍ରସାର ପରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ମୋଟ ୧୧ ଜଣ ଅମଲା ଙ୍କୁ ପଦନ୍ନତି ଦେଇଥିଲେ ସେଥି ମଧ୍ୟରୁ ବିଭାଗୀୟ ଅଧିକାରୀ ୫ ଓ ବରିଷ୍ଠ ସହାୟକ ୬ ଜଣ ପଦନ୍ନତି ପାଇଥିଲେ। ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ କାର୍ଯ୍ୟରତ କନିଷ୍ଠ ସହାୟକ ଶ୍ରୀ ଶଶୀ ଭୂଷଣ ଦାଶ୍ ଙ୍କୁ ବରିଷ୍ଠ ସହାୟକ ପଦବୀ କୁ ପଦନ୍ନତି ହୋଇଥିଲା ଓ ତାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର କୁ ବଦଳି କରାଯାଇଥିଲା ତେଣୁ ତାଙ୍କୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଙ୍କ ସମେତ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ମାନଙ୍କ ଦ୍ଵାରା ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।ଉକ୍ତ ସମ୍ବର୍ଦ୍ଧନା ସଭା ରେ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସଚିନ୍ କୁମାର ମଲ୍ଲିକ ସଭାପତିତ୍ବ କରିଥିବା ବେଳେ ଶ୍ରୀ ସୁବାସ ଚନ୍ଦ୍ର ମାଝୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋରିଗୁମ୍ମା, ସୁଜାତା ମହାପାତ୍ର ବରିଷ୍ଠ ସହାୟିକା, ଶ୍ରୀ କିଶୋର ଚନ୍ଦ୍ର ସାହୁ କାର୍ଯ୍ୟାଳୟ ସମ୍ପାଦକ, ଶ୍ରୀ ମୃତ୍ୟୁଞ୍ଜୟ ପଣ୍ଡା, ସଭାପତି, ଶ୍ରୀ କାମେଶ୍ବର ରାଓ, ସମ୍ପାଦକ, ଶ୍ରୀ ହରିହର ସତପଥି, ଶ୍ରୀ ମନୋଜ କୁମାର ବିଷୟୀ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, କାମତା, ବୋରିଗୁମ୍ମା, ଶ୍ରୀ ଦାଶ୍ ଙ୍କ କାର୍ଯ୍ୟଶଳୀ ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ମିଶ୍ର, ହିସାବ ରକ୍ଷକ ଶ୍ରୀ ସରୋଜ କୁମାର ମଲ୍ଲିକ, ରଞ୍ଜିତା ମହାରଣା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ, ଶ୍ରୀ ସନ୍ତୋଷ କୁମାର ନାୟକ, ଶ୍ରୀ ସୁସାନ୍ତ କୁମାର ନାୟକ, ଶ୍ରୀ ସୁସାନ୍ତ କୁମାର ସତପଥି, ଶ୍ରୀ ଗୁଣଧର ପୁଜାରୀ, ଶ୍ରୀ ରାଜେନ୍ଦ୍ର ସିରା, ଶ୍ରୀ ନିରଞ୍ଜନ ସ୍ବାଇଁ, ଶ୍ରୀ ନିନାୟକ ଜାନି ପ୍ରମୁଖ ଉପସ୍ଥିତ ଥିଲେ।ଶ୍ରୀ ମଲ୍ଲିକ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋରିଗୁମ୍ମା, ସୁଜାତା ମହାପାତ୍ର ବରିଷ୍ଠ ସହାୟିକା ଙ୍କ ସମେତ ବୋରିଗୁମ୍ମା ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତାମାନେ ଶ୍ରୀ ଦାଶ୍ ଙ୍କୁ ଫୁଲ ତୋଡା, ଉପଢୌକନ ଓ କିଛି ଉପହାର ପ୍ରଦାନ କରିଥିଲେ। ପରିଶେଷରେ ଶ୍ରୀ ସୁବାସ ଚନ୍ଦ୍ର ମାଝୀ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୋରିଗୁମ୍ମା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ।